ETV Bharat / state

ସରିଲା ସାନି ମତଦାନ, ଦୁଇ ବୁଥରେ ଆଶାନୁରୂପକ ଭୋଟିଂ - kantamal Constituency re polling

author img

By ETV Bharat Odisha Team

Published : May 24, 2024, 6:04 PM IST

kantamal Constituency re-polling: କଣ୍ଟାମାଳର ୨ ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି । ଜାଣନ୍ତୁ କେତେ ପ୍ରତିଶତ ହୋଇଛି ଭୋଟିଂ ?

kantamal Constituency re-polling
kantamal Constituency re-polling (ETV Bharat Odisha)

ବୌଦ୍ଧ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସମୟରେ ବ୍ୟାପକ ଅନିୟମିତତା ଯୋଗୁଁ ଦୁଇଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଗୁରୁବାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପ୍ରକ୍ରିୟା ସମାପନ ହୋଇଛି । କଣ୍ଟାମାଳର ୨ ବୁଥରେ ୭୯.୯୫ ପ୍ରତିଶତ ମତଦାନ ହୋଇଥିବା ସରକାରୀ ସୁତ୍ରରୁ ଘୋଷଣା କରାଯାଇଛି ।

kantamal Constituency re-polling (ETV Bharat Odisha)

ଗତ ସୋମବାର ଦିନ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ କନ୍ଧମାଳ ଲୋକସଭା ଆସନର 2ଟି ବୁଥରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦହ୍ୟା ଅଞ୍ଚଳର ମହେଶ୍ବର ପିଣ୍ଡା ଓ କିରାସିରା ବୁଥରେ ବ୍ୟାପକ ଅନିୟମିତତା ସହିତ ବୁଥ ରିଗିଂ ହୋଇଥିବା ଅଭିଯୋଗ ହୋଇଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦହ୍ୟା ଅଞ୍ଚଳର କେତେକ ବୁଥ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଭାବରେ ବହୁ ପୂର୍ବରୁ ଚି‌ହ୍ନଟ ହୋଇଥିଲେ ମଧ୍ୟ ପ୍ରଶାସନ ଯେଭଳି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା କଥା ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଫଳରେ ଉକ୍ତ ଦୁଇ ବୁଥରେ ବ୍ୟାପକ ଅନିୟମିତତା ତଥା ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ନିର୍ବାଚନ କମିଶନଙ୍କ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ ଜିଲ୍ଲାପାଳ ମହେଶ୍ବର ପିଣ୍ଡା ଓ କିରାସିରା ବୁଥର ସମସ୍ତ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ବେଳେ ପୋଲିସ ମହେଶ୍ବର ପିଣ୍ଡା ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ତୁରନ୍ତ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ: କଣ୍ଟାମାଳର ୨ ବୁଥରେ ସାନି ମତଦାନ, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଭୋଟିଂ - Re Polling In Kantamal

ତେବେ ସ୍ଥାନୀୟ ଅଧିବାସୀ ତଥା ଭୋଟରଙ୍କ ମତରେ ଏଭଳି ଅପ୍ରିତୀକର ପରିସ୍ଥିତିକୁ ଜିଲ୍ଲା ପ୍ରଶାସନ ଚାହିଁଥିଲେ ଏଡାଇ ଦେଇ ପାରିଥାନ୍ତା । ଗୁରୁବାର ଦିନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଭୟ ବୁଥରେ ଶାନ୍ତି ପୂର୍ଣ୍ଣ ମତଦାନ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ସୁଦ୍ଧା ସମସ୍ତ ମତଦାନର ତଥ୍ୟ ମିଳିଥିବା ବେଳେ ଆଶା ମୁତାବକ ପ୍ରାୟ 80 ପ୍ରତିଶତ ମତଦାନ ଉଭୟ ବୁଥରେ ହୋଇଥିଲା । ସୂଚନା ମୁତାବକ ୨୬ ନମ୍ବର କିରାସିରା ବୁଥରେ ସମୁଦାୟ ୪୫୭ ଜଣ ମତଦାନ କରିଥିବା ବେଳେ ୨୮ ନମ୍ବର ମହେଶ୍ବର ପିଣ୍ଡା ବୁଥରେ ସମୁଦାୟ ୯୧୧ ଜଣ ମତଦାନ କରିଥିଲେ । ଉଭୟ ବୁଥର ମତଦାନ ହାର ୭୯-୯୫ ହୋଇଥିବା ସୂଚନା ମିଳିଛି । ସଂଧ୍ୟାରେ ଉଭୟ ବୁଥରୁ ଇଭିଏମ ମେସିନ ସୁରକ୍ଷିତ ଭାବରେ ଜିଲ୍ଲା ସଦର ମହକୁମାଠାରେ ଥିବା ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.