ETV Bharat / bharat

ମୋଦିଙ୍କୁ ସମର୍ଥନ ପଡିଲା ମହଙ୍ଗା, ମୁସଲିମ ମହିଳାଙ୍କୁ ମିଳିଲା ଧମକ - Women beaten for Modi campaign

author img

By ETV Bharat Odisha Team

Published : May 24, 2024, 6:09 PM IST

Muslim Woman Assaulted in Prayagraj: ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା । ମୁସଲିମ ମହିଳାଙ୍କୁ ଧମକ ଦେଲେ ପଡ଼ୋଶୀ । ଅଧିକ ପଢନ୍ତୁ

WOMEN BEATEN
WOMEN BEATEN (ETV Bharat)

ଲକ୍ଷ୍ନୌ: ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ 2024 । ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ସୋ' କରୁଥିବା ବେଳେ ବଢୁଛି ମୋଦି କ୍ରେଜ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ସମର୍ଥନ କରିବା ଜଣେ ମୁସଲିମ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପଡ଼ୋଶୀଙ୍କ ବିରୋଧାଭାଷର ଶିକାର ହୋଇଛନ୍ତି ଅଭିଯୋଗକାରୀ ମହିଳା । ତେବେ ମହିଳାଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଉତ୍ତର ପ୍ରଦେଶରେ ଏବେ ବିଜେପି ନେତୃତ୍ବାଧୀନ ଯୋଗୀ ସରକାର ଶାସନ କ୍ଷମତାରେ ଅଛି । ଅଭିଯୋଗକାରୀ ମହିଳା ସବା ନାଜଙ୍କ ସ୍ବାମୀ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ପାଇଁ କାମ କରନ୍ତି । ଏଣୁ ତାଙ୍କ ପରିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଆସୁଛନ୍ତି । ଦେଶରେ ସାଧାରଣ ନିର୍ବାଚନ ଜାରି ଥିବା ବେଳେ ସେ ମଧ୍ୟ ବିଜେପି ପାଇଁ ପ୍ରଚାର କରିଥିଲେ । କିନ୍ତୁ ପ୍ରଚାର କରିବା ମହଙ୍ଗା ପଡ଼ିଛି । ତାଙ୍କୁ ପଡ଼ୋଶୀମାନେ ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରିଥିବା ସେ କରେଲି ଥାନାରେ ଅଭିଯୋଗ କରିଛନ୍ତି ।

ହାତରେ ମେହେନ୍ଦୀ ଲଗାଇ ବିଜେପିକୁ ସମର୍ଥନ
ହାତରେ ମେହେନ୍ଦୀ ଲଗାଇ ବିଜେପିକୁ ସମର୍ଥନ (ETV Bharat)

ଏହା ବି ପଢନ୍ତୁ- ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା, ଦେଲେ ଭାଇଚାରା ବାର୍ତ୍ତା

ପ୍ରୟାଗରାଜ କରେଲି ଥାନା ଅଞ୍ଚଳର ଅଧିବାସୀ ହେଉଛନ୍ତି ଅଭିଯୋଗକାରୀ ମହିଳା ସବା ନାଜ । ସେ ପଡ଼ୋଶୀ ସଲିମଙ୍କ ପତ୍ନୀଙ୍କ ବିରୋଧରେ ମାରପିଟ ଓ ଧମକ ଦେବା ଅଭିଯୋଗ ଆଣିଛନ୍ତି । ସବା ବିଜେପିକୁ ସମର୍ଥନ କରିଥିବାରୁ ସେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସଲିମଙ୍କ ପତ୍ନୀ ନିଜର କିଛି ସାଥୀଙ୍କ ସହିତ ରାତିରେ ଘରେ ପଶି ଏପରି ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ । ଏହାସହିତ ବିଜେପିକୁ ସମର୍ଥନ ନ କରିବାକୁ ଚେତାବନୀ ଦେଇଥିଲେ । ଯଦି ମେ 25 ତାରିଖରେ ସେ ବିଜେପି ସପକ୍ଷରେ ଭୋଟ ଦିଅନ୍ତି, ତେବେ ଏହାର ପରିଣାମ ଭୋଗିବେ ବୋଲି ଧମକ ଦେଇଥିବା ସବା ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ମହିଳା ସବା ନାଜ୍‌ କରେଲି ଥାନାରେ ଅଭିୟୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି ।

ମୋଦିଙ୍କ ସମର୍ଥନରେ ଲଗାଇଥିଲେ ମେହେନ୍ଦୀ: ସବା ନାଜ ବିଜେପି ସହ ଜଡିତ ଏବଂ ସେ ଜଣେ ମୋଦି ସମର୍ଥକ । କିଛି ଦିନ ପୂର୍ବରୁ ବିଜେପି ନେତା ନିଗହତ ଖାନଙ୍କ ସମେତ ଅନେକ ମହିଳା ହାତରେ ପଦ୍ମ ଫୁଲ ସହିତ ମେହେନ୍ଦୀରେ ବିଜେପି ଲେଖିଥିଲେ । ଏହାସହ ହାତରେ 'ଅବକି ବାର 400 ପାର୍‌' 'ମୁଁ ମୋଦିଙ୍କ ପରିବାର' ମେହେନ୍ଦୀରେ ଲେଖିଥିଲେ । ପିଏମ ମୋଦି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ମହିଳାମାନେ ଉଚ୍ଚ ପ୍ରଶଂସା କରିଥିଲେ । ଏହାସହ ସବା ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ବିଜେପିକୁ ସମର୍ଥନ ଏବଂ ଭୋଟ୍ ଦେବାକୁ ନିବେଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.