ETV Bharat / bharat

Navratri 2023: ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା, ଦେଲେ ଭାଇଚାରା ବାର୍ତ୍ତା

author img

By ETV Bharat Odisha Team

Published : Oct 15, 2023, 9:30 PM IST

Rubi Aashif Khan
Rubi Aashif Khan

ଆଜିଠୁ ଆରମ୍ଭ ହେଲା ନବରାତ୍ରି । ଉତ୍ତରପ୍ରଦେଶରେ ନିଜ ଘରେ ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ପୂଜା କଲେ ମୁସଲିମ ମହିଳା । ଅଧିକ ପଢନ୍ତୁ

Navratri 2023: ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା, ଦେଲେ ଭାଇଚାରା ବାର୍ତ୍ତା

ଲକ୍ଷ୍ନୌ: ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ଆଜି ନବରାତ୍ରିର ପ୍ରଥମ ଦିନ ହୋଇଥିବା ବେଳେ ଦେଶ ସାରା ଦୁର୍ଗତି ନାଶିନୀ, ଜଗତ ଜନନୀ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହି ଅବସରରେ ଉତ୍ତରପ୍ରଦେଶ ଆଲିଗଡ଼ ଏକ ମୁସଲିମ ପରିବାର ଧୁମଧାମରେ ଏହି ହିନ୍ଦୁ ପର୍ବ ପାଳନ କରିଛନ୍ତି । ନିଜ ଘରେ ମା'ଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିଛନ୍ତି ମୁସଲିମ ଧର୍ମାବଲମ୍ବୀ ମହିଳା । ଯାହାକି ସମାଜକୁ ଭାଇଚାରର ବାର୍ତ୍ତା ଦେଇଛି । ପୂର୍ବରୁ ମଧ୍ୟ ଅନ୍ୟ ହିନ୍ଦୁ ପର୍ବ ପାଳି ଚର୍ଚ୍ଚାରେ ରହିଛନ୍ତି ଏହି ମହିଳା ।

ଏହି ମୁସଲିମ ପରିବାର ପୂଜାର୍ଚ୍ଚନା କରିବା ସହ ନବରାତ୍ରି ଅବସରରେ ବ୍ରତ ମଧ୍ୟ ରଖିଛନ୍ତି । ସନାତନ ଧର୍ମ ଅନୁସାରେ ଘରେ ପୂଜାପାଠ କରିଛନ୍ତି । ପୁରୁଣୁ ସହରର ଅଧିବାସୀ ରୁବି ରବିବାର ନିଜ ଘରେ ସମସ୍ତ ରୀତିନୀତି ଅନୁସାରେ ମା'ଙ୍କ ମୂର୍ତ୍ତି ସ୍ଥାପନ କରିବା ପରେ ପୂଜାର୍ଚ୍ଚନା କରିଛନ୍ତି । ପରିବାରର ସମସ୍ତ ସଦସ୍ୟ ବ୍ରତ ରଖି ମା'ଙ୍କ ଆରଧନା କରିଛନ୍ତି । ପରିବାର ପକ୍ଷରୁ କୁହାଯାଇଛି ଯେ ସେମାନେ ଉଭୟ ହିନ୍ଦୁ ଓ ମୁସଲିମ ଧର୍ମକୁ ମାନିଥାନ୍ତି । ହିନ୍ଦୁ ଦେବୀଙ୍କୁ ପୂଜା କରିଥିବାରୁ ଯଦି ତାଙ୍କ ପରିବାର ବିରୋଧରେ ଫତୱା ଜାରି ହୁଏ, ତେବେ ଏଥିରେ ତାଙ୍କୁ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ସେ ଭଗବାନ ଓ ଆଲ୍ଲାଙ୍କୁ ବିଶ୍ବାସ କରିଥାନ୍ତି ବୋଲି କହିଛନ୍ତି ରୁବି ।

ଏହା ବି ପଢନ୍ତୁ- Watch: ବିଜେପି ନେତ୍ରୀ ରୁବି ଆସିଫଙ୍କ କୃଷ୍ଣ ପ୍ରେମ, ଘର ପାଳିଲେ ଜନ୍ମାଷ୍ଟମୀ

ରୁବିଙ୍କ ପରିବାର ମଧ୍ୟ ତାଙ୍କୁ ଏହି ପୂଜା କରିବା ଲାଗି ସମର୍ଥନ କରିଛନ୍ତି । ସ୍ବାମୀ ଆସିଫ ଏଥିଲାଗି ତାଙ୍କୁ ବାରଣ ନ କରିଥିବା କହିଛନ୍ତି ରୁବି । ମିଳିଥିବା ସୂଚନା ଅନୁସାରେ ରୁବି ଭାରତୀୟ ଜନତା ପାର୍ଟିର ଜୟଗଞ୍ଜ ମହିଳା ମୋର୍ଚ୍ଚାର ଉପ ସଭାପତି ଦାୟିତ୍ବରେ ଅଛନ୍ତି । ରୁବି ଚଳିତ ବର୍ଷ ଗଣେଶ ଚତୁର୍ଥୀଠାରୁ ଆରମ୍ଭ କରି ଜନ୍ମାଷ୍ଟମୀ ମଧ୍ୟ ନିଜ ଘରେ ପାଳିଛନ୍ତି । ଚଳିତ ବର୍ଷ ସେ ବିଘ୍ନଦାତାଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ପ୍ରଭୁ ଶ୍ରୀରାମଙ୍କ ପୂଜା କଲେ ମୁସଲିମ ମହିଳା

ପୂର୍ବ ବର୍ଷ ସେ ନବରାତ୍ରି ପୂଜା କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ବଜାୟ ରଖିଛନ୍ତି । ଏଥିଲାଗି ତାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି । ଅନେକ ମୌଲାନା ତାଙ୍କ ବିରୋଧରେ ଫତୱା ଜାରି କରିଛନ୍ତି । ଏହାପରେ ରୁବିଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିଥିଲା । ହେଲେ ଏହାକୁ ଖାତିର ନ କରି ରୁବି ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଆସୁଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.