ETV Bharat / bharat

Watch: ବିଜେପି ନେତ୍ରୀ ରୁବି ଆସିଫଙ୍କ କୃଷ୍ଣ ପ୍ରେମ, ଘର ପାଳିଲେ ଜନ୍ମାଷ୍ଟମୀ

author img

By ETV Bharat Odisha Team

Published : Sep 7, 2023, 8:39 PM IST

ନିଜ ଘରେ ଧୁମଧାମରେ ଜନ୍ମାଷ୍ଟମୀ ପାଳିଲେ ମୁସଲିମ ମହିଳା ତଥା ଆଲିଗଡ଼ ବିଜେପି ନେତ୍ରୀ ରୁବି ଆସିଫ ଖାନ । ପୂର୍ବରୁ ଗଣେଶ ଚତୁର୍ଥୀ ପାଳି ହୋଇଥିଲେ ବିରୋଧାଭାଷର ଶିକାର । ଅଧିକ ପଢନ୍ତୁ

BJP leader Ruby Asif Khan
BJP leader Ruby Asif Khan

Watch: ବିଜେପି ନେତ୍ରୀ ରୁବି ଆସିଫଙ୍କ କୃଷ୍ଣ ପ୍ରେମ, ଘର ପାଳିଲେ ଜନ୍ମାଷ୍ଟମୀ

ଲକ୍ଷ୍ନୌ: ଶ୍ରୀକୃଷ୍ଣଙ୍କ ପ୍ରେମରେ ମୁସଲିମ ମହିଳା । ଆଜି ସାରା ଦେଶରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହେଉଛି । ଉତ୍ତରପ୍ରଦେଶର ମଥୁରା ବୃନ୍ଦାବନର ଗଳିକନ୍ଦିରେ ଗୁଞ୍ଜରିତ ହେଉଛି କୃଷ୍ଣନାମ । ଏହାରି ମଧ୍ୟରେ ରାଜ୍ୟର ଆଲିଗଡ଼ରେ ଦେଖିବାକୁ ମିଳିଛି ଭାଇଚାରା । ମୁସଲିମ ମହିଳା ତଥା ବିଜେପି ନେତ୍ରୀ ରୁବି ଆସିଫ ଖାନ ନିଜ ଘରେ ଜନ୍ମାଷ୍ଟମୀ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ପୂଜାରେ ସେ ନିଜ ପରିବାରକୁ ମଧ୍ୟ ସାମିଲ କରିଛନ୍ତି ।

ଆଲିଗଡ଼ର ବିଜେପି ନେତ୍ରୀ ରୁବି ଆସିଫ ଖାନ ନିଜ ଘରେ କୃଷ୍ଣ ଜନ୍ମୋତ୍ସବ ପାଳନ କରିଛନ୍ତି । ଏହି ପୂଜାରେ ନିଜ କୁନି ପୁଅଙ୍କୁ ମଧ୍ୟ ସାମିଲ କରିଛନ୍ତି । କୁନି ପୁଅକୁ ସେ ଶ୍ରୀକୃଷ୍ଣଙ୍କ ବେଶରେ ସୁସଜ୍ଜିତ କରିଛନ୍ତି । ଯାହାକି ଭାଇଚାରାର ବାର୍ତ୍ତା ବାଣ୍ଟିଛି । ତେବେ ଶ୍ରୀକୃଷ୍ଣଙ୍କ ପୂଜା କରି ବିଜେପି ନେତ୍ରୀ ରୁବି ହିନ୍ଦୁ-ମୁସଲିମଙ୍କ ଏକତା ଓ ଦେଶରେ ସୁଖ ଶାନ୍ତି ବଜାୟ ରଖିବା ଲାଗି କହ୍ନୈୟା ଲାଲଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି । ଅନ୍ୟ ଧର୍ମାବଲମ୍ବୀ ହୋଇ ମଧ୍ୟ ରୁବିଙ୍କ ପୂଜାର୍ଚ୍ଚନା ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଜାଗ୍ରତ କରିଛି ।

ଏହା ବି ପଢନ୍ତୁ- Krishna Janmashtami: ଜନ୍ମଭୂମି ମଥୁରା ଗଳିକନ୍ଦିରେ ଗୁଞ୍ଜରିତ ହରେକୃଷ୍ଣ ଧ୍ବନି

ରୁବି ଆସିଫ ଖାନ ଜୟଗଞ୍ଜ ମଣ୍ଡଳୀର ଉପସଭାପତି ଅଛନ୍ତି । ଗତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ନିଜ ଘରେ ସେ ବିଘ୍ନରାଜ, ବିଦ୍ୟା ଦାତାଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ଏ ନେଇ ସେ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ । ଘର ବିଘ୍ନରାଜଙ୍କ ମୂର୍ତ୍ତି ସ୍ଥାପନ କରିବା ପରେ ଅନେକ ମୌଲାନା ତାଙ୍କୁ ବିରୋଧ କରିଥିଲେ । ଏହାସହିତ ରୁବିଙ୍କ ବିରୋଧରେ ଫତୱା ମଧ୍ୟ ଜାରି କରିଥିଲେ । ହେଲେ ଏହା ପରେ ମଧ୍ୟ ରୁବି ଜନ୍ମାଷ୍ଟମୀକୁ ନିଜ ଘରେ ଧୁମଧାମରେ ପାଳନ କରିଛନ୍ତି । ନିଜ ପୁଅକୁ ମଧ୍ୟ ଏହି ପୂଜାରେ ସାମିଲ କରିଛନ୍ତି ।

ଏ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ବିଜେପି ନେତ୍ରୀ ରୁବି କହିଛନ୍ତି, " ମୁଁ ନିଜ ଘରେ ଶ୍ରୀକୃଷ୍ଣ ଭଜନ ବଜାଇବା ସହ ଧୁମଧାମରେ ଜନ୍ମାଷ୍ଟମୀ ପାଳନ କରିଛି । ମୁଁ ପୂର୍ବରୁ ମଧ୍ୟ ଜନ୍ମାଷ୍ଟମୀ ପାଳନ କରିଆସୁଛି । ପୁରା ରୀତିନୀତି ଅନୁସାରେ ଶ୍ରୀକୃଷ୍ଣଙ୍କୁ ସ୍ନାନ କରି ନୂଆ ପୋଷାକ ପିନ୍ଧାଇଛି । ଏହାପରେ ବାଳକୃଷ୍ଣଙ୍କ ଆରତୀ କରିଥିଲି । ହିନ୍ଦୁ-ମୁସଲିମ ଭାଇଚାରାର ବାର୍ତ୍ତା ବାଣ୍ଟିବା ଏହି ପୂଜାର ମୂଳ ଉଦ୍ଦେଶ୍ୟ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.