ETV Bharat / bharat

ପ୍ରଭୁ ଶ୍ରୀରାମଙ୍କ ପୂଜା କଲେ ମୁସଲିମ ମହିଳା

author img

By

Published : Nov 14, 2020, 7:20 PM IST

ଦୀପାବଳି ଅବସରରେ ବାରଣାସୀରେ ପ୍ରଭୁ ଶ୍ରୀରାମଙ୍କ ପୂଜା କଲେ ମୁସଲିମ ମହିଳା । ପଢନ୍ତୁ ଅଧିକ....

ପ୍ରଭୁ ଶ୍ରୀ ରାମଙ୍କ ପୁଜା କଲେ ମୁସଲିମ ମହିଳା
ପ୍ରଭୁ ଶ୍ରୀ ରାମଙ୍କ ପୁଜା କଲେ ମୁସଲିମ ମହିଳା

ଲକ୍ଷ୍ନୌ: ଦୀପାବଳି ଅବସରରେ ବାରଣାସୀରେ ପ୍ରଭୁ ଶ୍ରୀ ରାମଙ୍କ ପୂଜା କଲେ ମୁସଲିମ ମହିଳା । ବିଶାଳ ଭାରତ ସଂସ୍ଥାନ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମୁସଲିମ ମହିଳା ମାନେ ପ୍ରଭୁ ଶ୍ରୀ ରାମଙ୍କ ପୂଜା କରିବା ସହ ଆରତି କରିଥିବା ଦେଖିବାକୁ ମିଳିଛି । ମହିଳା ମାନେ ହିନ୍ଦୁ ପରମ୍ପରା ଅନୁଯାୟୀ ପୂଜା ପାଠ କରିବା ସହ ବନ୍ଦାପନା କରିଥିବା ଦେଖିବାକୁ ମିଳିଛି । ସେହିପରି ସେମାନେ ରଙ୍ଗୋଲିରେ ବିଭିନ୍ନ ପ୍ରକାର ଝୋଟି ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ପ୍ରଭୁ ଶ୍ରୀ ରାମଙ୍କ ପୁଜା କଲେ ମୁସଲିମ ମହିଳା

ଶ୍ରୀରାମ ମହା ଆରତୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମହନ୍ତ ବାଲକ ଦାସ ମହାରାଜ ମଧ୍ୟ ମୁସଲିସ ମହିଳା ମାନଙ୍କ ସହ ଏହି ପୂଜା ଉତ୍ସବରେ ଭାଗ ନେଇଛନ୍ତି । ମହିଳା ମାନେ ପ୍ରଭୁ ଶ୍ରୀ ରାମଙ୍କ ପୂଜାରେ ଭାଗ ନେଇ ଖୁସି ଥିବା କହିଛନ୍ତି । ସବକା ରାମ ନାରାରେ ସମଗ୍ର ଅଞ୍ଚଳ ଗୁଞ୍ଜରିତ ହୋଇଥିଲା ।

ପରମ୍ପରା ଓ ବିଶ୍ବାସ ଅନୁଯାୟୀ ପିତୃସତ୍ୟ ପାଳନ କରିବାକୁ ଯାଇ ପ୍ରଭୁ ଶ୍ରୀରାମ , ମାତା ସୀତା, ଓ ସାନଭାଇ ଲକ୍ଷ୍ମଣ 14 ବର୍ଷ ବନବାସ କାଟିବା ପରେ ଏହି ଦିନରେ ହିଁ ନିଜ ରାଜ୍ୟ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ ଅଯୋଧ୍ୟା ବାସୀ ତାଙ୍କୁ ଦିପଜାଳି ଓ ବାଣ ଫୁଟାଇ ତାଙ୍କୁ ସ୍ବାଗତ କରିଥିଲେ । ତେଣୁ ସେହି ଦିନ ଠାରୁ ଦୀପାବଳୀ ପାଳନ ହୋଇଆସୁଥିବା ବିଶ୍ବାସ କରାଯାଏ ।

ଚଳିତ ବର୍ଷ କରୋନା ରାମଜନ୍ମଭୁମୀ ଅଯୋଧ୍ୟାରେ ଦ୍ବୀପତ୍ସୋବ ଆୟୋଜନ ମଧ୍ୟ କରାଯାଇଛି । ପ୍ରାୟ 5 ଲକ୍ଷ ଦ୍ବୀପ ପ୍ରଜ୍ବଳନ କରାଯାଇ ଦୀପାବଳି ପାଳନ କରିଛନ୍ତି ଅଯୋଧ୍ୟା ବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.