ETV Bharat / state

ମହୁମାଛି ଆକ୍ରମଣ ଶିକାର ହେଲେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ

author img

By

Published : Mar 30, 2023, 12:52 PM IST

honey bees attack
honey bees attack

ବିଦ୍ୟାଳୟରେ ମହୁମାଛି ଆକ୍ରମଣରେ ୪ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

honey bees attack

ଫୁଲବାଣୀ: ବିଦ୍ୟାଳୟରେ ମହୁମାଛି ଆକ୍ରମଣ । ଏନେଇ ୪ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ଘଟଣା ଘଟିଛି ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଗତକାଲି ସମୁଦାୟ ୬ ଜଣ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ୪ ଜଣ ଛାତ୍ରଛାତ୍ରୀ ଜଣେ ଶିକ୍ଷୟତ୍ରୀ ଓ ଜଣେ ପିଅନ ଥିବାବେଳେ ଶିକ୍ଷୟତ୍ରୀ ଓ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି । ଏନେଇ ଗୁରୁତରଙ୍କୁ ଫୁଲବାଣୀ ଡାକ୍ତର ଖାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୪ ଆହତଙ୍କୁ ଫିରିଙ୍ଗିଆ ଡାକ୍ତରଖାନରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଏକ ସିମିଳି ଗଛରେ ବହୁ ସଂଖ୍ୟାରେ ମହୁମାଛି ବସା ରହିଛି । ଗତକାଲି ସକାଳେ ପାଠପଢିବା ପାଇଁ ପିଲାମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସବୁଦିନ ଭଳି ସ୍କୁଲକୁ ଯାଉଥିଲେ । ହେଲେ ସ୍କୁଲ ଗେଟ ଖୋଲିବା ମାତ୍ରେ ଦଳ ଦଳ ହୋଇ ମହୁମାଛି ଆସି ଆକ୍ରମଣ କରିଥିଲେ । ଏନେଇ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମହୁମାଛିର ଶିକାର ହୋଇଥିଲେ । ମହୁମାଛି ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସତ୍ତ୍ବେ ଶେଷରେ ମହୁମାଛିର ଆକ୍ରମଣରେ ୪ ଜଣ ଆହତ ହେବାସହ ୨ ଜଣ ଗୁରୁତର ହୋଇଛନ୍ତି ।

ତେବେ ଶିକ୍ଷୟିତ୍ରୀ ନନ୍ଦିନୀ ପ୍ରଭା ମହାପାତ୍ର ଓ ପିଅନ ରାମସିଂ ପାତ୍ର ଓ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଅନ୍ୟପଟେ ଶିକ୍ଷୟିତ୍ରୀ ନନ୍ଦିନୀ ଓ ଜଣେ ଛାତ୍ରୀଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରକୁ 50ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଥିବା ସମୟରେ ଦଳେ ମହୁମାଛି ଛାତ୍ରଛାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ମହୁମାଛି ଭୟରେ ଯିଏ ଯେଉଁଆଡେ ପାଇଥିଲେ ଦୌଡିବାକୁ ଲାଗିଥିଲେ । ହେଲେ କିଛି ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଜଣେ ଶିକ୍ଷକ ଓ 7 ଜଣ ଛାତ୍ରଛାତ୍ରୀଙ୍କୁ ମହୁମାଛି କାମୁଡିବାରୁ ସେମାନେ ଆହତ ହୋଇଛଥିଲେ । ବିଦ୍ୟାଳୟ ନିକଟ ଗଛରେ ବସା ବାନ୍ଧିଥିବା ଏକ ମହୁଫେଣାରୁ ମହୁମାଛି ବାହାରି ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ଧାଁ ଦୌଡ ବେଳେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତିଙ୍କୁ ମହୁମାଛି ଆକ୍ରମଣ କରିଥିଲେ ଫଳରେ ଦୌଡିବା ସମୟରେ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.