ETV Bharat / state

ପଣସ ଗାଡିରେ ଗଞ୍ଜେଇ ଚାଲାଣ, 4 ଗିରଫ

author img

By

Published : May 31, 2020, 8:28 PM IST

phulbani-cannabis-in-jackfruit-van
ତୁମୁ଼ଡିବନ୍ଧ ପୋଲିସ ଚଢାଉ ପଣସ ଗାଡିରେ ଗଞ୍ଜେଇ ଚାଲାଣ, 4 ଗିରଫ

ତୁମୁ଼ଡିବନ୍ଧ ପୋଲିସ ଚଢାଉ କରି ପଣସ ଗାଡିରୁ ଗଞ୍ଜେଇ ଜବତ କରିଛି । ୭୩ କେଜି ଗଞ୍ଜେଇ ସହ ଏର ଟାଟା ମ୍ୟାଜିକ୍ ଗାଡ଼ି ଓ ଏକ ମୋଟର ସାଇକେଲ ଜବତ କରି ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରିଛି ତୁମୁ଼ଡିବନ୍ଧ ପୋଲିସ୍ ।

ଫୁଲବାଣୀ: ଗଞ୍ଜେଇ ଚାଲାଣ ପାଇଁ ମାଫିଆଙ୍କ ନୂଆ ନୂଆ ଉପାୟ । ପଣସ ଭର୍ତ୍ତି ଗାଡିରେ ଚାଲାଣ କରାଯାଉଛି ଗଞ୍ଜେଇ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୋଲିସ୍ ଧରିଛି ଏପରି ଚାଲାଣକାରୀଙ୍କୁ । ୭୩ କେଜି ଗଞ୍ଜେଇ ସହ ଏକ ଟାଟା ମ୍ୟାଜିକ୍ ଗାଡ଼ି ଓ ଏକ ମୋଟର ସାଇକେଲ ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ୍ । ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି ।

ତୁମୁ଼ଡିବନ୍ଧ ପୋଲିସ ଚଢାଉ ପଣସ ଗାଡିରେ ଗଞ୍ଜେଇ ଚାଲାଣ, 4 ଗିରଫ

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇଥିଲା ତୁମୁଡ଼ିବନ୍ଧ ପୋଲିସ । ଏହି ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗାଡ଼ି ମୋଟର ଯାଞ୍ଚ ଚଳାଇଥିଲା ପୋଲିସ । ସେହି ସମୟରେ ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ଓ ଗୋଟିଏ ମୋଟରସାଇକେଲ ଦୃତ ଗତିରେ ଯାଉଥିବା ଦେଖି ପୋଲିସ ଉଭୟ ଗାଡ଼ିକୁ ପିଛାକରି ତୁମୁଡ଼ିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ଉଭୟ ଗାଡ଼ିକୁ କାବୁ କରିଥିଲା ଏବଂ ଗାଡ଼ିରୁ ୭୩ କେଜି ଗଞ୍ଜେଇ ଜବତ କରିଥିଲା । ଘଟଣାରେ ସଂପୃକ୍ତ ଚାରି ଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଚାରିଜଣ ଚାଲାଣକାରୀଙ୍କ ମଧ୍ୟରୁ ଦୁଇଜଣ ନୁଆପଡ଼ା ଜିଲ୍ଲାର ଜୟ ବାଗ ଓ ବଇଦ ବାଗ ହୋଇଥିବାବେଳେ ଅନ୍ୟ ଦୁଇଜଣ ବାଲିଗୁଡ଼ା ଥାନା ଡପାକିଆ ଗ୍ରାମର ପିତର ଦିଗାଲ ଓ ଡଙ୍ଗେରୀ ଗ୍ରାମର ନିଜିଙ୍ଗା ମଲ୍ଲିକ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ନୂଆପଡ଼ା ଜିଲ୍ଲାକୁ ଚାଲାଣ ହେଉଥିଲା ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.