ETV Bharat / state

ଫିରିଙ୍ଗିଆ ପୋଲିସକୁ ସଫଳତା, ୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ

author img

By ETV Bharat Odisha Team

Published : Oct 6, 2023, 2:28 PM IST

୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ
୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ

ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ପାଟ୍ରୋଲିଙ୍ଗ ସମୟରେ ୨୪ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୫ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ । ଏଥିସହ 2ଟି ବାଇକ ମଧ୍ୟ ଜବତ କରାଯାଇଛି । ଆଗକୁ ପଢନ୍ତୁ..

୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ

କନ୍ଧମାଳ: ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ୨୪ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୫ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ । ଏଥିସହ 2ଟି ବାଇକ ମଧ୍ୟ ଜବତ କରାଯାଇଛି ।

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ପୋଲିସକୁ ବଡ଼ ସଫଳତା । ପାଟ୍ରୋଲିଂ ସମୟରେ ୨୪ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ବାଇକ ମଧ୍ୟ ଜବତ କରିଛି । ଏଥିସହ ମାମଲାରେ ଜଡ଼ିତ ୫ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ ।

ସୂଚନା ଅନୁସାରେ, ଆଜି(ଶୁକ୍ରବାର) ଭୋର ସକାଳ ପ୍ରାୟ ୫ଟା ସମୟରେ ଫିରିଙ୍ଗିଆ ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଫିରିଙ୍ଗିଆ ଥାନା ଅଧୀନ ବନ୍ଧଗଡ଼ ଛକ ନିକଟରେ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ କରୁଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ପୋଲିସ ସେମାନଙ୍କୁ କାବୁ କରିବା ସହ ଦୁଇଟି ବାଇକ, ଗଞ୍ଜେଇ ଓ ଗଞ୍ଜେଇ ଚାଲାଣ କରୁଥିବା ୫ ଜଣ ମାଫିଆକୁ ଗିରଫ କରିଛି ।

ଜବତ ଗଞ୍ଜେଇ ୨୪ କେଜି ୨୦୦ ଗ୍ରାମ ଓଜନର ଅଟେ । ତେବେ ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ ରାଣୀ କିଆରୀ ଗାଁର ସନିଆ ପ୍ରଧାନ, ସୋରିଷ ମୂଳି ଗାଁର ଭଞ୍ଜ ପ୍ରଧାନ, ରାଜେଶ କୁମାର ପ୍ରଧାନ, ଆଶିଷ କୁମାର ବିଶୋଇ, କୋକଲାବ ଗାଁର ଗଙ୍ଗା ପ୍ରଧାନ ହୋଇଥିବା ବେଳେ ସମସ୍ତେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତାରା ସିଂ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ୧୬୮/୨୦୨୩ ରେ ରୁଜୁ କରି ସମସ୍ତ ଗଞ୍ଜେଇ ଚାଲାଣ କାରିକୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ମାଲକାନଗିରି ଅବକାରୀକୁ ସଫଳତା: ବିପୁଳ ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

ସେହିଭଳି ଅକ୍ଟୋବର 1 ତାରିଖରେ ବଲାଙ୍ଗୀରରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମଗାର୍ଡଙ୍କୁ ପୋଲିସ ଗିରଫ କରିଥିଲା । ବଲାଙ୍ଗୀର ରାୟପୁରକୁ ଗଞ୍ଜେଇ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ପୋଲିସ । ଏଥିସହ ତରଭା ଥାନାର ହୋମଗାର୍ଡ ବିଜୟ ସାହୁ ଓ ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କିରିଛି ।

ତେବେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମଗାର୍ଡ ବିଜୟ ସାହୁ ଖୁବ୍ ଚାଲାକର ସହ ଗଞ୍ଜେଇ ଚାଲାଣ କରୁଥିଲେ । ପ୍ରତି ସପ୍ତାହରେ ୧୫ରୁ ୨୦ କେଜି ଗଞ୍ଜେଇ ଚାଲାଣ କରୁଥିଲେ । ତରଭା ଅଞ୍ଚଳ ଗଞ୍ଜେଇ ଚୋରା ଚାଲାଣର ହବ୍‌ ହୋଇଥିବା ବେଳେ ଚୋରା ଗଞ୍ଜେଇ ଗାଡ଼ି ପାର କରାଇବାରେ ସହାୟତା କରୁଥିଲେ ବିଜୟ । ପୋଲିସ ବିଭାଗରେ କାମ କରି ପୋଲିସକୁ ଚକମା ଦେଇ କରୁଥିଲେ ବେଆଇନ ଗଞ୍ଜେଇ କାରବାର । ଏପରିକି ଗତ ୨୦୨୨ରେ ତଦନ୍ତରେ ଭଲ କାମ ପାଇଁ ସୋନପୁର ପୋଲିସ ତାଙ୍କୁ ସାବାସି ଦେଇଥିଲା । ଏବେ ସେହି ହୋମଗାର୍ଡ ବିଜୟ ସାହୁ ଗଞ୍ଜେଇ ଚାଲାଣରେ ବଲାଙ୍ଗୀର ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.