ETV Bharat / state

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ !

author img

By

Published : May 26, 2022, 12:52 PM IST

ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ
ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ

କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅପମିଶ୍ରିତ ଚାଉଳରେ ରୋଷେଇ କରାଯାଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଅଭିଭାବକ ମହଲରେ ଦେଖିବାକୁ ମିଳିଛି ଅସନ୍ତୋଷ । ଅଧିକ ପଢନ୍ତୁ

ଫୁଲବାଣୀ: ପୋକ ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ? ଏଭଳି ଅପମିଶ୍ରିତ ଚାଉଳରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି କନ୍ଧମାଳରେ ।

ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ

କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅପମିଶ୍ରିତ ଚାଉଳରେ ରୋଷେଇ କରାଯାଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଅଭିଭାବକ ମହଲରେ ଦେଖିବାକୁ ମିଳିଛି ଅସନ୍ତୋଷ । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଜଣଙ୍କ ପିଛା ଶହେ ଗ୍ରାମ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଜଣଙ୍କ ପିଛା ୧୫୦ ଗ୍ରାମ ଚାଉଳ ଦେବାକୁ ନିର୍ଦ୍ଦେଶ ରହିଛି ।

ଏଭଳି ସ୍ଥିତିରେ ଅପମିଶ୍ରିତ ଚାଉଳ ରୋଷେଇ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ଯୁଗାପଦର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ ନାୟକଙ୍କୁ ପଚାରିବାରୁ, ଯେଉଁ ଚାଉଳ ଆସିଛି ତାହା ରୋଷେଇ କରାଯାଉଛି, ଯେଉଁ ଅଭିଯୋଗ ଆସିଛି ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।

ସେପଟେ ଘଟଣା ସମ୍ପର୍କରେ କ.ନୂଆଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ କହଁର କହିଛନ୍ତି ଯେ, ଏନେଇ ଆମ ପାଖକୁ କୌଣସୀ ଅଭିଯୋଗ ଆସିନାହିଁ । ଆପଣଙ୍କ ନିକଟରୁ ଆମେ ଶୁଣିବାକୁ ପାଇଲୁ । ଏଥିରେ ଆମର କୌଣଶି ଭୁଲ୍ ନାହିଁ । ଯୋଗାଣ ବିଭାଗ ପକ୍ଷରୁ ଯେଉଁ ଚାଉଳ ଆସିଛି ଆମେ ତାହା ପିଲାଙ୍କୁ ଦେଉଛୁ ।

ଅଭିଯୋଗ ପ୍ରକାରେ ଘଟଣା ସମ୍ପର୍କରେ ଆମେ ଆମ ଉପସ୍ଥିତି ଅଧିକାରୀଙ୍କୁ ଜଣାଇବୁ ଏବଂ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି । ଅନ୍ୟପଟେ ପୂର୍ବରୁ ଏମିତି ପୋକ ଚାଉଳ ମଧ୍ୟ ମିଳିଛି, ଏବେ ପୁଣି ଅପମିଶ୍ରିତ ଚାଉଳ । ଏଣୁ, ଯଥାଶୀଘ୍ର ଭଲ ଉନ୍ନତମାନର ଚାଉଳ ଯୋଗାଇ ଦେବାକୁ ଦାବି କରିଛନ୍ତି ଅଭିଭାବକ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.