ETV Bharat / state

ପ୍ରେମରେ ପ୍ରତାରଣା: କନ୍ଧମାଳରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

author img

By

Published : Nov 6, 2022, 11:49 AM IST

ପ୍ରେମିକା ଗର୍ଭବତୀ ହେବା ପରେ ଫେରାର୍ ହୋଇଗଲା ଯୁବକ । ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କଲା କନ୍ଧମାଳ ସଦର ପୋଲିସ । ଅଧିକ ପଢନ୍ତୁ

ପ୍ରେମରେ ପ୍ରତାରଣା: କନ୍ଧମାଳରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ପ୍ରେମରେ ପ୍ରତାରଣା: କନ୍ଧମାଳରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଫୁଲବାଣୀ: କନ୍ଧମାଳରେ ଲଭ ସେକ୍ସ ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଠକି ଦେଲା ପ୍ରେମିକ । ପ୍ରେମିକା ଗର୍ଭବତୀ ହେବା ଜାଣି ଫେରାର୍ ହୋଇଗଲା ପ୍ରତାରିତ । ଶେଷରେ ପୀଡିତାଙ୍କ ଅଭିଯୋଗ ପରେ ଦୁଷ୍କର୍ମ ଅଭିଯୋଗରେ ପ୍ରତାରିତ ପ୍ରେମିକ ଗିରଫ ହୋଇଛି । କନ୍ଧମାଳ ଜିଲ୍ଲା ସଦର ଥାନା ଚକାପାଦ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଯୁବକ ଚକାପାଦ ବ୍ଲକ କୁସୁମେଣ୍ଡି ପାଣ୍ଡଲି ଗ୍ରାମର ରାଜକିଶୋର ପ୍ରଧାନ (୩୦) ।

ସୂଚନା ମୁତାବକ, ଅଭିଯୁକ୍ତ ରାଜକିଶୋର ସ୍ବଚ୍ଛ ଭାରତ ଯୋଜନାରେ ତୁଡିପାଜୁ ଅଞ୍ଚଳର ଜନୈକା ଯୁବତୀଙ୍କ ଗ୍ରାମରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ସମୟରେ ସମ୍ପୃକ୍ତ ଯୁବତୀଙ୍କ ସହ ତା'ର ପ୍ରେମ ସମ୍ପର୍କ ଗଠି ଉଠିଥିଲା । ରାଜକିଶୋର ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ଏହାର କିଛି ଦିନ ପରେ ଯୁବତୀ ଗର୍ଭବତୀ ଥିବା ଜାଣିପାରି ପ୍ରେମିକକୁ ବିବାହ ପାଇଁ କହିଥିଲେ । କିନ୍ତୁ ପ୍ରତାରିତ ପ୍ରେମିକ ବିବାହ ପାଇଁ ଅରାଜି ହେବା ସହ ଫେରାର୍ ହୋଇଯାଇଥିଲା ।

୨୦୨୦ ଡିସେମ୍ବର ୧୧ରେ ଯୁବତୀ ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାସହିତ ୨୦୨୦ ଡିସେମ୍ବର ୧୬ରେ ସଦର ଥାନାରେ ଯୁବକଙ୍କ ବିରୁଦ୍ଧରେ ଏତଲା ଦାୟର କରିଥିଲେ । ଅଭିଯୋଗକୁ ଭିତ୍ତି କରି ସଦର ପୋଲିସ ୧୨୦/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେପଟେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବାରୁ ତାକୁ ଧରିବାରେ ପୋଲିସ ବିଫଳ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ପୋଲିସ ଚାକିରୀ ଦେବା ନାଁରେ ଠକେଇ, ଜଣଙ୍କୁ ଗିରଫ କଲା EOW

ଗତକାଲି(ଶନିବାର) ଯୁବକ ଜଣକ ନିଜ ଗ୍ରାମ ପାଣ୍ଡଲିରେ ଥିବାବେଳେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଏହାସହିତ ଗତକାଲି ଯୁବକଙ୍କୁ କୋର୍ଟଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.