ETV Bharat / state

ପୋଲିସ ଚାକିରୀ ଦେବା ନାଁରେ ଠକେଇ, ଜଣଙ୍କୁ ଗିରଫ କଲା EOW

author img

By

Published : Nov 5, 2022, 10:50 PM IST

ହୋମ ଡିପାର୍ଟମେଣ୍ଟ କର୍ମଚାରୀ ପରିଚୟ ଦେଇ ଟଙ୍କା ଠକେଇ । ୩୮ ଜଣ ଆଶାୟୀଙ୍କ ଠାରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ ଠକ । ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ପୋଲିସ ଚାକିରୀ ଦେବା ନାଁରେ ଠକେଇ
ପୋଲିସ ଚାକିରୀ ଦେବା ନାଁରେ ଠକେଇ

ଭୁବନେଶ୍ବର: ପୋଲିସ ଚାକିରୀ ଦେବା ନାଁରେ ଠକେଇ, ନିଜକୁ ହୋମ ଡିପାର୍ଟମେଣ୍ଟର କର୍ମଚାରୀ ପରିଚୟ କେଟି କୋଟି ଟଙ୍କା ଲୁଟୁଥିଲେ ଯୁବର। ଦେଢ କୋଟି ଟଙ୍କା ଠକେଇ କରିବା ପରେ ଠକ ଯୁବକଙ୍କୁ ଧରିଛି ଇଓଡବ୍ଲୁ ଟିମ୍। ଅଭିଯୁକ୍ତ ଜଣଙ୍କ ହେଉଛି ବାଲେଶ୍ବର ଚନ୍ଦନେଶ୍ଵର ଗ୍ରାମର ଜୟନ୍ତ ମହାନ୍ତି। ଗିରଫ ପରେ ଠକେ ମାମଲାରେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ଅର୍ଥନୈତିକ ଅପରାଧା ଶାଖା। ଏଭଳି ଠଛକେଇ ମାମଲାରେ ପୂର୍ବରୁ ୨ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣେ ଫେରାର ଥିବା ସୂଚନା ମିଳିଛି ।

ପୋଲିସ ଚାକିରୀ ଦେବା ନାଁରେ ଠକେଇ

ଜୟନ୍ତ ମହାନ୍ତି,ବୈକୁଣ୍ଠ ନାୟକ,ଭିମସେନ ମହାରଣା ଓ ଆଉ କିଛି ଅଭିଯୁକ୍ତ ପୋଲିସ ଚାକିରୀ ଦେବା ନାଁରେ ୩୮ ଜଣ ଆଶାୟୀଙ୍କ ଠାରୁ ୧ କୋଟି ୪୭ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ଚାକିରୀ ନପାଇ ଠକାମୀର ଶିକାର ହୋଇଥିବା ଜାଣିପାରି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନିକଟରେ ଅଭିଯୋଗ କରିଥିଲେ ସମସ୍ତ ଆଶାୟୀ । ଏନେଇ ତଦନ୍ତ କରି ପୂର୍ବରୁ ବୈକୁଣ୍ଠ ନାୟକ ଓ ଭିମସେନ ମହାରଣାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଜି ଠକ ଜୟନ୍ତ ମହାନ୍ତିକୁ ଗିରଫ କରିଛି ଇଓଡବ୍ଲୁ ।

ଏମିତି ଠକାମୀର ଜାଲ ବିଛାଇଥିଲେ ଠକ

୨୦୧୩ ମସିହାରେ ହୋଇଥିବା କମ୍ବାଇନ ପୋଲିସ ପରୀକ୍ଷାର ଭାଇବା ପରେ ୨୦୧୬ରେ ଏହାର ଫଳ ପ୍ରକାଶ ପାଇଥିଲା । ଯେଉଁମାନେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ ସେମାନଙ୍କୁ ଆଉ ଏକ ସପ୍ଲିମେଣ୍ଟାରୀ ଲିଷ୍ଟ ବାହାରିବ ବୋଲି କହିଥିଲେ ଗିରଫ ଅଭିଯୁକ୍ତ । ତେବେ ଯେଉଁ ମାନେ ପୋଲିସ ବିଭାଗରେ ଚାକିରୀ କରିବାକୁ ଚାହାନ୍ତି ସେମାନେ ଆମକୁ ଟଙ୍କା ଦେଲେ ଆମେ ଚାକିରୀ କରାଇଦବୁ ବୋଲି କହିଥିଲେ ଅଭିଯୁକ୍ତ ମାନେ ।

ଏଥିପାଇଁ ଫେକ କାର୍ଡ ଦେଖାଇ ନିଜକୁ ହୋମ ଡିପାର୍ଟମେଣ୍ଟର କର୍ମଚାରୀ ଭାବେ ପରିଚୟ ଦେଇଥିଲେ । ଏଥି ସହ ଉପର ବିଭାଗର ବଡବଡ ବାବୁଙ୍କ ସହ ସେଟିଂ ରହିଥିବା ମଧ୍ୟ କହିଥିଲେ। ଆଶାୟୀଙ୍କ ବିଶ୍ବାସ ଜମିବା ପରେ ଜଣଙ୍କ ପିଛା ୫ରୁ ୬ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତ । ଏପରି ଢଙ୍ଗରେ ୩୮ ଜଣ ଆଶାୟୀଙ୍କ ଠାରୁ ୧ କୋଟି ୪୭ ଲକ୍ଷ ଟଙ୍କା ହଡପ କରିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଯାହାକୁ ନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ କରିଥିଲେ ଜଣେ ଆଶାୟୀ, ଏହାକୁ ଆଧାର କରି ଅର୍ଥନୈତିକ ଅପରାଧା ଶାଖା ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୩ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଆଉ ଜଣେ ଅପରାଧି ଫେରାର ଥିବା‌ ବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା ତଦନ୍ତ ଜାରି ରଖିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.