ETV Bharat / state

ଜାରି ହେଲା କଟକଣା, ଦୋକାନରେ ଭିଡ଼ ହେଲେ ୭ ଦିନ ସିଲ

author img

By

Published : Jan 8, 2022, 1:04 PM IST

କୋରୋନାର ତୃତୀୟ ଲହର ପାଇଁ ଅଣ୍ଟା ଭିଡ଼ୁଛି ଓଡ଼ିଶା । ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନଙ୍କ ଦ୍ବାରା କଟକଣାକୁ କଡ଼ାକଡ଼ି କରାଯାଉଛି । ସେହିପରି କନ୍ଧମାଳରେ ନିୟମ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଅଧିକ ପଢ଼ନ୍ତୁ

covid monitoring meeting in kandhamal
ଜାରି ହେଲା କଟକଣା, ଦୋକାନରେ ଭିଡ଼ ହେଲେ ୭ ଦିନ ସିଲ

ଫୁଲବାଣୀ: କୋରୋନାର ତୃତୀୟ ଲହର ପାଇଁ ଅଣ୍ଟା ଭିଡ଼ୁଛି ଓଡ଼ିଶା । ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନଙ୍କ ଦ୍ବାରା କଟକଣାକୁ କଡ଼ାକଡ଼ି କରାଯାଉଛି । ସେହିପରି କନ୍ଧମାଳରେ ନିୟମ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ଜାରି ହେଲା କଟକଣା, ଦୋକାନରେ ଭିଡ଼ ହେଲେ ୭ ଦିନ ସିଲ

କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀସ୍ମୃତି ଭବନଠାରେ କୋରୋନା ସମ୍ପର୍କିତ ବୈଠକ ହୋଇଥିଲା l ଏହି ବୈଠକରେ ସହରର ବ୍ୟବସାୟୀ, ଡ୍ରାଇଭର୍ ସଂଘ ଓ ବରିଷ୍ଠ ନାଗରିକ ଏନଜିଓ ଏବଂ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । ବୈଠକରେ ସରକାରଙ୍କ ନିୟମ ମାନିବାକୁ କୁହାଯାଇଥିଲା l ବ୍ୟବସାୟୀମାନଙ୍କୁ ମାସ୍କ ପରିଧାନକୁ ଗୁରୁତ୍ଵ ଦେବାପାଇଁ କୁହାଯାଇଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଦୋକାନରେ ଭିଡ଼ ହେଲେ ୭ଦିନ ସିଲ କରାଯିବ । ଏଥିସହ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ କରାଯିବ । ବସରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଏହି ବୈଠକରେ ଫୁଲବାଣୀର ସବୁ ବର୍ଗର ଲୋକଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ସବ କଲେକ୍ଟର ଓ CDPO ମହେନ୍ଦ୍ରନାଥ ମୁର୍ମୁ ଉପସ୍ଥିତ ରହିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.