ETV Bharat / state

ଦୁର୍ବୃତ୍ତଙ୍କୁ ନାହିଁ ଡର ଭୟ, ଏସପି ଅଫିସ ସାମ୍ନାରେ ଯୁବକଙ୍କୁ ଆକ୍ରମଣ

author img

By ETV Bharat Odisha Team

Published : Aug 24, 2023, 9:52 AM IST

ପୂର୍ବ ଶତ୍ରୁତାକୁକୁ କେନ୍ଦ୍ର କରି ଭବାନୀପାଟଣା ସହରରେ ଦିନ ଦିପହରରେ ଗୁଣ୍ଡାରାଜ । ଏସପିଙ୍କ ଅଫିସ ସାମ୍ନାରେ ଜଣେ ଯୁବକକୁ ୭ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସପି ଅଫିସ ସମ୍ମୁଖରେ ଆକ୍ରମଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସପି ଅଫିସ ସମ୍ମୁଖରେ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସପି ଅଫିସ ସମ୍ମୁଖରେ ଆକ୍ରମଣ

ଭବାନୀପାଟଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭବାନୀପାଟଣା ସହରରେ ଦିନ ଦିପହରରେ ଗୁଣ୍ଡାରାଜ । ତାହା ପୁଣି ଏସପି ଅଫିସ ସମ୍ମୁଖରେ । ଗତକାଲି(ବୁଧବାର) ଏସପିଙ୍କ ଅଫିସ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ୭ଜଣ ଦୁର୍ବୃତ୍ତ ଗୋଡେଇ ଗୋଡେଇ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ଫଳରେ ଜୀବନ ବିକଳରେ ବ୍ୟକ୍ତି ଜଣକ ଏସପି କାର୍ଯ୍ୟାଳୟରେ ପଶି ଯାଇଥିଲେ । ବର୍ତ୍ତମାନ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିଂଝରନ ଗାଁର କେଶରୀ ଦୁର୍ଗା ନକ ପୁଅଙ୍କୁ ମାଲ ଗାଁର ଜଣେ ସମ୍ପର୍କୀୟ ଝିଅ ଟଙ୍କା ମାଗିଥିଲା ହେଲେ କେଶରୀ ଦୁର୍ଗାଙ୍କ ପୁଅ କିଛି ଟଙ୍କା ସାହାଯ୍ୟ ମଧ୍ୟ କରିଥିଲେ । ହେଲେ ଯୁବତୀ ଜଣକ କେଶରୀଙ୍କ ପୁଅକୁ ବାରମ୍ବାର ଟଙ୍କା ମାଗୁଥିଲେ । ଯୁବକ ଜଣକ ମନା କରିବାରୁ ଯୁବତୀ ଜଣକ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିବା ସହ ଯୁବକଙ୍କ ନାଁରେ ଅପପ୍ରଚାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ରୁଆ ଗ୍ରାମ ମହିଳାଙ୍କ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ ଓ କୋର୍ଟ ଚାଲାଣ

ପରେ ଯୁବକ ଜଣକ ଯୁବତୀଙ୍କ ଘରକୁ ଯାଇ ମାଡ ମାରିଥିଲେ । ପରେ ଯୁବତୀ ଜଣକ ୧୦ ଲକ୍ଷ ଟଙ୍କା ଦେଲେ ପୋଲିସରେ ଦେଇଥିବା ଅଭିଯୋଗକୁ ପ୍ରତ୍ୟାହାର କରି ନେବେ ବୋଲି କହିବା ପରେ ଯୁବକଙ୍କ ବାପା କେଶରୀ ଦୁର୍ଗା ଏହାକୁ ମନା କରିଥିଲେ । ଯାହାଫଳରେ ଯୁବତୀ ଜଣକ ଆଜି କିଛି ଦୁର୍ବୃତ୍ତଙ୍କୁ ଲଗାଇ ଭବାନୀପାଟଣା ସହରରେ ଥିବା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେଶରୀ ଦୁର୍ଗାଙ୍କ ଉପରେ ପ୍ରଥମେ ଲାଠି ଓ ପରେ ଧାରୁଆ ଅସ୍ତ୍ର ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ପ୍ରାଣ ବିକଳରେ କେଶରୀ ଦୁର୍ଗା ଏସପିଙ୍କ କାର୍ଯ୍ୟାଳୟ ଭିତରକୁ ପଶି ଯିବା ପରେ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ।

ପୋଲିସ୍ କେଶରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ କେଶରୀ ଦୁର୍ଗା ଜଣେ ଆଗ ଧାଡ଼ିର ନେତା ହୋଇଥିବା ବେଳେ ଦିନ ଦିପ୍ରହରରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ଉପରେ କିଭଳି ଆକ୍ରମଣ ହୋଇ ପାରିଲା ତାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.