ETV Bharat / state

ରୁଆ ଗ୍ରାମ ମହିଳାଙ୍କ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ ଓ କୋର୍ଟ ଚାଲାଣ

author img

By ETV Bharat Odisha Team

Published : Aug 23, 2023, 7:46 PM IST

ପୁରୀ ଚନ୍ଦନପୁରରେ ସ୍ତ୍ରୀକୁ ନିର୍ମମ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ସ୍ଵାମୀକୁ ଗିରଫ କଲା ପୋଲିସ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଲା ପୋଲିସ । ଅଧିକ ପଢନ୍ତୁ

Etପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ବାମୀ
ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ବାମୀ

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ବାମୀ

ପୁରୀ: ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହତ୍ୟାକାଣ୍ଡ ଘଟଣାରେ ଧରା ପଡ଼ିଲା ଅଭିଯୁକ୍ତ ସ୍ବାମୀ । ଗତ ୨୧ ତାରିଖ ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମରେ ରଶ୍ମିତା ବରାଳଙ୍କୁ ହତ୍ୟା କରିଥିଲା ତାଙ୍କ ସ୍ବାମୀ । ହତ୍ୟାକାଣ୍ଡ ଘଟାଇ ସ୍ବାମୀ ପ୍ରମୋଦ କୁମାର ବରାଳ ଚମ୍ପଟ ମାରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ଘଟଣାର ସମ୍ପର୍କରେ ଏକ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜ ।

ରୁଆ ଗ୍ରାମ ହତ୍ୟାକାଣ୍ଡକୁ ନେଇ ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜ କହିଛନ୍ତି, "ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀ ହେଉଛି ରୁଆ ଗ୍ରାମର ଭୁଟିଆ ଓରଫ ପ୍ରମୋଦ କୁମାର ବରାଳ। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ପ୍ରମୋଦକୁ ଚନ୍ଦନପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଉଭୟ ପ୍ରେମ ବିବାହ କରିଥିଲେ । ମାତ୍ର ବିବାହ ପରଠୁ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ରକରି ଝଗଡ଼ା ଲାଗି ରହୁଥିଲା । ସ୍ଵାମୀ ପ୍ରମୋଦ ସବୁବେଳେ ନିଶା ସେବନ କରୁଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥିଲା । ଏଥିପାଇଁ ସ୍ବାମୀ ସ୍ତ୍ରୀ ମଧ୍ଯରେ ତିକ୍ତତା ବୃଦ୍ଧି ପାଇଥିଲା ।"

ଏହା ବି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ କାଣ୍ଡ, ମହିଳାଙ୍କୁ ନିର୍ମମ ହତ୍ୟା

ଗତ ୨୧ ତାରିଖରେ ସ୍ଵାମୀ ସ୍ତ୍ରୀ ମଧ୍ଯରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା । ପାରିବାରିକ କଳହକୁ ନେଇ ସ୍ବାମୀ ପ୍ରମୋଦ ଉତ୍ତେଜିତ ହୋଇଯାଇଥିଲେ। ରଶ୍ମିତା ତାଙ୍କ ଦୋକାନରେ ବସିଥିବା ସମୟରେ ତାଙ୍କ ପ୍ରମୋଦ ତାଙ୍କୁ ବାହାରକୁ ଟାଣି ଆଣି ମାର୍‌ପିଟ୍‌ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରମୋଦ ଫେରାର ଥିବାବେଳେ ଚନ୍ଦନପୁର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ଅତ୍ୟନ୍ତ ଗୁରତ୍ୱର ସହ ନେବ ସହ ଏକ ମାସ ମଧ୍ୟରେ ଚାର୍ଜସିଟ୍ ପ୍ରସ୍ତୁତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜ ।

ଏହା ବି ପଢନ୍ତୁ: ଫୋନ ହଜାଇ ଦେବାରୁ ସ୍ତ୍ରୀକୁ ଠେଙ୍ଗା ପିଟିପିଟି ହତ୍ୟା

ନିକଟରେ ରାଇରଙ୍ଗପୁରରେ ମଧ୍ୟ ସ୍ତ୍ରୀ ଫୋନ୍‌ ହଜାଇ ଦେବାରୁ ନିର୍ମମଭାବେ ସ୍ବାମୀ ହତ୍ୟା କରିଥିଲା । ମୃତ ମହିଳା ହେଉଛନ୍ତି ଗ୍ରାମର ରାମଚନ୍ଦ୍ର ସିଂଙ୍କ ସ୍ତ୍ରୀ ମୁଗୁଲି ସିଂ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.