ETV Bharat / state

ଛାତ୍ରଛାତ୍ରୀଙ୍କ କୋଭିଡ ଟଙ୍କା ହଡପ !

author img

By

Published : Aug 23, 2021, 10:52 PM IST

Students covid19 stipend money collected  teacher complaint in kalahandi
ଛାତ୍ରଛାତ୍ରୀଙ୍କ କୋଭିଡ ଟଙ୍କା ହଡପ !

ଦୁର୍ଗମ ଆଦିବାସୀ ଇଲାକାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁରୁଦାୟିତ୍ବ ଯେଉଁ ଗୁରୁ ଉପରେ ନ୍ୟସ୍ତ । ସେହି ଗୁରୁ ଦ୍ବାରା ହିଁ ଛାତ୍ରଛାତ୍ରୀଙ୍କ ସରକାରୀ ଅନୁଦାନ ଟଙ୍କାରୁ ଚାନ୍ଦା ଆଦାୟ ଭଳି ସଂଗୀନ ଅଭିଯୋଗ। ଅଧିକ ପଢନ୍ତୁ...

ଭବାନୀପାଟଣା : ଦୁର୍ଗମ ଆଦିବାସୀ ଇଲାକାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁରୁଦାୟିତ୍ବ ଯେଉଁ ଗୁରୁ ଉପରେ ନ୍ୟସ୍ତ । ସେହି ଗୁରୁ ଦ୍ବାରା ହିଁ ଛାତ୍ରଛାତ୍ରୀଙ୍କ ସରକାରୀ ଅନୁଦାନ ଟଙ୍କାରୁ ଚାନ୍ଦା ଆଦାୟ ଭଳି ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଆଧାରରେ ପ୍ରଶାସନିକ ତଦନ୍ତ ପରେ ବଦଳିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡ, ବ୍ଲକର ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଯାଇ ସରକାର ପ୍ରତିଷ୍ଠା କରିଛନ୍ତି ଆବାସିକ ବିଦ୍ୟାଳୟ।

ଛାତ୍ରଛାତ୍ରୀଙ୍କ କୋଭିଡ ଟଙ୍କା ହଡପ !

ଆମେ କହୁଛୁ ଲାଞ୍ଜିଗଡ଼ ବନ୍ଦପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଥା । ସ୍କୁଲରେ ପାଠ ପଢ଼ନ୍ତି ୫୮୪ ଜଣ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରୁ ୩୧୦ ଏସଟି ଏସସି ଛାତ୍ରୀ ଓ ୪୦ ଜଣ ଏସଟି ଏସସି ଛାତ୍ର। ଆଉ ଏମାନଙ୍କ ହଷ୍ଟେଲ ବ୍ୟବସ୍ଥା ସ୍କୁଲ ଅଧୀନରେ ରହିଛି। ତେବେ ଗତବର୍ଷ ଠାରୁ ଦେଖା ଦେଇଥିବା କରୋନା ମହାମାରୀ ପାଇଁ ହଷ୍ଟେଲ ସବୁ ବନ୍ଦ ରହିଥିବାବେଳେ ଛାତ୍ରଛାତ୍ରୀଙ୍କ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ୨୫ ହଜାର ଟଙ୍କା ଲେଖାଏଁ ଛାତ୍ରଛାତ୍ରୀଙ୍କ ପାସବୁକ ରେ ଜମା ଦେଇ ଥିବା ବେଳେ ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତିଲୋତ୍ତମା ଦଳେଇ ଓ ତାଙ୍କ ଶିକ୍ଷକ ସ୍ବାମୀ ସୁବାସ ନାଏକ ପ୍ରତି ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ୩ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।

କଳାହାଣ୍ଡି ଜିଲ୍ଲାପାଳ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶକ ଦେଇଥିଲେ ଏବଂ ତଦନ୍ତ ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଧାନ ଶିକ୍ଷୟିତ୍ରୀ ତିଳତ୍ତୋମା ଦଳେଇଙ୍କୁ ପ୍ରତାପପୁର ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଛି ଜିଲ୍ଲା ଶିକ୍ଷା ବିଭାଗ। ଏସବୁ ଭିତରେ ଛାତ୍ରଛାତ୍ରୀଙ୍କ ସରକାରୀ ଅନୁଦାନ ଟଙ୍କାରୁ ଚାନ୍ଦା ଆଦାୟ କରିବା ଶିକ୍ଷକ ସମାଜ ପାଇଁ ଏକ କଳଙ୍କ ନୁହେଁ କି ?

କଳାହାଣ୍ଡିରୁ ଅଜିତ ସିଂ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.