ETV Bharat / state

ଅଟୋକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର 3 ମୃତ

author img

By ETV Bharat Odisha Team

Published : Sep 19, 2023, 7:55 PM IST

ଗୋଟିଏ ପରିବାରର 3 ମୃତ
ଗୋଟିଏ ପରିବାରର 3 ମୃତ

କଳାହାଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା ଟ୍ରକ। ଗୋଟିଏ ପରିବାରର ଚାଲିଗଲା 3ଟି ଜୀବନ। ଅଧିକ ପଢ଼ନ୍ତୁ

ଭବାନୀପାଟଣା: କଳାହାଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା। ଅଟୋକୁ ଧକ୍କା ଦେଲା ଟ୍ରକ। ଗୋଟିଏ ପରିବାରର ଚାଲିଗଲା 3ଟି ଜୀବନ। ଆଜି (ମଙ୍ଗଳବାର) ଜିଲ୍ଲାର ଜିନାଗଡ଼ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ 6 ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଥୁଆମୁଲ୍ ରାମପୁର ଥାନା ଅନ୍ତର୍ଗତ କାଠକୁରା ଗାଁର ପଦୁସର ନାଏକ ନିଜ ପରିବାର ଲୋକଙ୍କ ସହ ଧର୍ମଗଡ ଥାନା ଛିଲପା ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଏକ ଅଟୋ ଯୋଗେ ଯାଉଥିଲେ। ତେବେ ଏତିକି ବେଳେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀ ଗାଁ ନିକଟ ବୁଲାଣିରେ ସାମ୍ନାପଟୁ ଦ୍ରୁତବେଗରେ ଆସୁଥିବା ଏକ ଟ୍ରକ ଅଟୋଟିକୁ ଧକ୍କା ଦେଇଥିଲା। ତେବେ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ପଦୁସର ନାଏକ ତାଙ୍କ ପୁଅ କୃଷ୍ଣ ନାଏକ ଓ ପୁତୁରା ଅମୃତସର ନାଏକଙ୍କର ମୃତ୍ୟୁ ଘଟିଥିଲା।

ଏହା ମଧ୍ୟ ପଢ଼ନ୍ତୁ.... Rairangpur Road accident: ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ବାପ ଓ ଝିଅ

ସେପଟେ ଅଟୋ ଓଲଟି ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ଏନେଇ ପୋଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଓଡରାଫ ଓ ପୋଲିସ କର୍ମଚାରୀ ପହଞ୍ଚି ଦୁର୍ଘଟଣାରେ ଆହତ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିବା ସହ ମୃତ 3ଜଣଙ୍କ ମୃତଦେହକୁ ବ୍ୟହଚ୍ଛେଦ ପାଇଁ ପାଠାଯାଇଛନ୍ତି। ତେବେ ଆସନ୍ତାକାଲି ନୂଆଖାଇ ଥିବାରୁ ସାରା କଳାହାଣ୍ଡି ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି। ସେପଟେ ନୂଆଖାଇ ପୂର୍ବରୁ ଏଭଳି ଏକ ଦୁଃଖଦ ଘଟଣାରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହା ମଧ୍ୟ ପଢ଼ନ୍ତୁ....ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତେବେ ଗତକାଲି ପାରଦ୍ବୀପ ନେହେରୁ ବଙ୍ଗଳା ଅଞ୍ଚଳରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ପାରାଦ୍ବୀପ ବନ୍ଦରର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମକୁଥିବା ଗଣେଶ ଲେଙ୍କା ନିଜ ସ୍କୁଟି ଯୋଗେ ଇଏସ୍‌ଆଇ ମେଡ଼ିକାଲକୁ ଯାଉଥିଲେ। ଏହି ସମୟରେ ନେହେରୁ ବଙ୍ଗଳାରୁ ତୀବ୍ର ଗତିରେ ଆସୁଥିବା ଏକ ହାଇୱା ଗଣେଶଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗଣେଶଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୀର୍ଘ ସମୟ ଧରି ନେହେରୁ ବଙ୍ଗଳା ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.