ETV Bharat / state

ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By ETV Bharat Odisha Team

Published : Sep 19, 2023, 6:35 AM IST

ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ
ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ

ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତା ମଝିରେ ଟାୟାର ଜାଳି ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ

ନିଆଳି: ଦାମୋଦରପୁର ଛକରେ ଅଜଣା ଗାଡ଼ି ଧକ୍କାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତଜନା ପ୍ରକାଶ ପାଇଥିଲା । ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ ।‌ ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିଥିଲେ ଗ୍ରାମବାସୀ । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଦୀର୍ଘ ସମୟ ଧରି ରାସ୍ତା ଉପରେ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।

ଏହା ବି ପଢନ୍ତୁ...ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ରାସ୍ତାରୋକ

କଟକ ଜିଲ୍ଲା ଓଲଟପୁର ଥାନା ଫୁଲ ନଖରା-ନିଆଳି ରାସ୍ତାର ଦାମୋଦରପୁର ଛକରେ ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଗୋବିନ୍ଦପୁର ଥାନା ପାଟସୁନ୍ଦରପୁର ଗ୍ରାମର ତପନ ମହାନ୍ତି । ଏହି ଦୁର୍ଘଟଣା ପରେ ଉତ୍ତଜେନା ପ୍ରକାଶ ପାଇଥିବାବେଳେ ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ ହୋଇଥିଲା । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ଏହା ବି ପଢନ୍ତୁ...ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ, କ୍ଷତି ପୁରଣ ଦାବିରେ ରାସ୍ତାରୋକ

ସୂଚନା ଅନୁସାରେ, ତପନ ଅଡଶପୁର ହାଟ ସାରି ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ରାସ୍ତା ରୋକ କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇ ଗାଡ଼ିଟି ଫେରାର ହୋଇଯାଇଛି । ପ୍ରାୟ 4 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ରାସ୍ତାରୋକ ଯୋଗୁଁ ଉଭୟ ପଟରେ ଯାନବାହନ ଅଟକି ରହିଥିଲା । ରାସ୍ତାରେ ଯାତ୍ରୀବାହି ବସ୍‌ଠାରୁ ଆରମ୍ଭ କରି ବିଭିନ୍ନ ଯାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ କଟକ ସଦର ଉପଖଣ୍ଡ ଅଧିକାରୀ ରଶ୍ମୀରଂଜନ ସାହୁ ଏବଂ ଓଲଟପୁର ଥାନା IIC ପ୍ରିୟ ରଞ୍ଜନ ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ଏହା ବି ପଢନ୍ତୁ...ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ରାସ୍ତାରୋକ ସହ କ୍ଷତିପୂରଣ ଦାବି

ପୋଲିସର ବୁଝାସୁଝା ପରେ ବି ରାସ୍ତା ଅବରୋଧ ହଟି ନଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକମାନେ ଘଣ୍ଟାଘଣ୍ଟା ଧରି ଅଡ଼ି ବସିଥିଲେ । ରାତି ହୋଇଯାଇଥିଲେ ସୁଦ୍ଧା ରାସ୍ତା ମଝିରେ ଟାୟାର ଜାଳି ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.