ETV Bharat / state

ଏକ ତରଫା ପ୍ରେମ: ନିବେଦନ ସ୍ବୀକାର ନକରିବାରୁ ନାବାଳିକାଙ୍କୁ ହତ୍ୟା କଲା ପ୍ରେମିକ

author img

By

Published : Mar 6, 2023, 9:54 PM IST

man murdered girl in kalahandi
ପ୍ରେମ ନିବେଦନ ସ୍ବୀକାର ନକରିବାରୁ ନାବାଳିକାଙ୍କୁ ହତ୍ୟା

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବତାସୀଗୁଡା ଗ୍ରାମରେ ଅଭାବନୀୟ ଘଟଣା । ଏକ ତରଫା ପ୍ରେମକୁ ସ୍ବୀକାର ନକରିବାରୁ ନାବାଳିକାଙ୍କ ଚଣ୍ଟି ଚିିପି ହତ୍ୟା କଲା ପ୍ରେମିକ । ଅଧିକ ପଢ଼ନ୍ତୁ

ପ୍ରେମ ନିବେଦନ ସ୍ବୀକାର ନକରିବାରୁ ନାବାଳିକାଙ୍କୁ ହତ୍ୟା କଲା ପ୍ରେମିକ

ଭବାନୀପାଟଣା: ଦୁନିଆ ବଦଳିବା ସହ ବଦଳି ଯାଇଛି ପ୍ରେମର ସଂଜ୍ଞା । କାହାପାଇଁ ପ୍ରେମ ଶାଶ୍ୱତ ତ ପୁଣି ଆଉ କାହାପାଇଁ ପ୍ରେମ ଚିରନ୍ତନ । କେତେବେଳେ ପ୍ରେମ ସମ୍ପର୍ପଣର ପରିଭାଷା ତ ପୁଣି ଆଉ କେତେବେଳେ ପ୍ରେମ ଅପେକ୍ଷାର ଆଉ ଏକ ପାର୍ଶ୍ଵ । ହେଲେ ବର୍ତ୍ତମାନ ସମୟରେ ଆଉ ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ବଦଳି ଯାଇଛି ପ୍ରେମର ପରିଭାଷା । ବର୍ତ୍ତମାନ ସମୟରେ କେବେ ପ୍ରେମ ପାଇଁ ଅପହରଣ ତୋ କେବେ ହତ୍ୟା । ପ୍ରେମରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ । ଏକ ତରଫା ପ୍ରେମ ପାଇଁ ଅନେକ ଜୀବନ ଯାଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ପ୍ରେମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ନାବାଳିକା ପ୍ରେମିକାକୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକ ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବତାସୀଗୁଡା ଗ୍ରାମର ଜଣେ ନାବାଳିକାଙ୍କୁ ଲୁହାବାହାଲ ଗ୍ରାମର ପ୍ରେମଲାଲ ଦୁର୍ଗା ଏକ ତରଫା ପ୍ରେମ କରୁଥିଲା । ଅନେକ ଥର ନିଜ ମନର କଥାକୁ ସେହି ନାବାଳିକାକୁ ଜଣାଇବା ସହ ପ୍ରେମ ନିବେଦନ କରିଥିଲା । ହେଲେ ନାବାଳିକା ଜଣକ ପ୍ରେମଲାଲଙ୍କ ପ୍ରେମ ନିବେଦନକୁ ଏଡାଇ ଦେଇଥିଲେ ।ଏଭଳି ଅନେକ ଥର ପ୍ରେମଲାଲ ନିବେଦନ କରିବା ସତ୍ତ୍ୱେ ମଧ୍ୟ ନାବାଳିକା ଜଣକ ଗ୍ରହଣ ନ କରିବା ସହ ତାଙ୍କୁ ମନା କରିଦେଇଥିଲେ । ଏନେଇ ପରିବାର ବର୍ଗଙ୍କୁ ମଧ୍ୟ ଜଣାଇ ଦେଇଥିଲେ ନାବାଳିକା ଜଣକ । ଯାହାକୁ ନେଇ ପରିବାର ଲୋକେ ପ୍ରେମଲାଲକୁ ତାଗିଦ କରିଥିଲେ । ଏଥିରେ ପ୍ରେମଲାଲ ପ୍ରତିଶୋଧ ପରାୟଣ ହୋଇ ଗତ ୪ ଦିନ ତଳେ ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଘରକୁ ଯାଇଥିଲା ଏବଂ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତକୁ ତ୍ୱରାନ୍ୱିତ କରିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବାରେ ଲାଗିଥିଲା ପୋଲିସ । ସୋମବାର ଅଭିଯୁକ୍ତ ପ୍ରେମଲାଲକୁ ଗିରଫ କରିଛି ପୋଲିସ । ଏହାପରେ ଏକ ତରଫା ପ୍ରେମ କାହାଣୀକୁ ପୋଲିସ ସମ୍ମୁଖରେ ବଖାଣିବା ସହ କିଭଳି ହତ୍ୟାକାଣ୍ଡ ରଚିଥିଲା ତାହା ବର୍ଣ୍ଣନା କରିଥିଲା ଅଭିଯୁକ୍ତ ପ୍ରେମମାଲ । ଏହି ଘଟଣା ନେଇ ଅଭିଯୁକ୍ତକୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରା ଯାଇଥିବା ନେଇ ଜୟପାଟଣା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.