ETV Bharat / state

ଚାପିଦେଲା ଟ୍ରକ : ଚାରବାହାଲରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା

author img

By

Published : Dec 26, 2022, 7:32 PM IST

Man dies after truck hits
ମାରିଦେଲା ଟ୍ରକ

କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘରୁକୁ ଫେରୁଥିବା ବେଳେ ଚାପିଦେଲା ଟ୍ରକ । ଅଧିକ ପଢ଼ନ୍ତୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚାରବାହାଲ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କଳାହାଣ୍ଡି ଟେମେରି ଗାଁର ଜଗମୋହନ ବିହାରୀ।

ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ପୋଲିସର ସୂଚନା ଅନୁଯାୟୀ ଟେମେରି ଗାଁର ଜଗମୋହନ ବିହାରୀ ଚାରବାହାଲ ବ୍ୟାଙ୍କ କାମ ସାରି ଘରକୁ ଫେରୁଥିଲେ । ସେହି ସମୟରେ କୋକସରା ପଟୁ ଏକ ଦ୍ରୁତଗାମୀ ଟ୍ରକ ଆସି ତାଙ୍କ ଉପରକୁ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ପହଞ୍ଚିଥିବା ବେଳେ ଘଟଣାସ୍ଥଳରୁ ଟ୍ରକକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବରଗଡ଼ ବୋରିଗୁମା ଜାତୀୟ ରାଜପଥ ୨୬ ନମ୍ବରକୁ ଚାରବାହାଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି । ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଛି । ଫଳରେ ଯାତାୟତରେ ଅସୁବିଧା ଉପୁଜିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.