ETV Bharat / state

ବୀରବାଦ୍ୟ ଘୁମୁରା ପାଇବ ନୂଆ ପରିଚୟ, ଉଦଘାଟିତ ହେଲା ମା’ ମାଣିକେଶ୍ୱରୀ ଘୁମୁରା ଏକାଡେମୀ

author img

By ETV Bharat Odisha Team

Published : Nov 26, 2023, 8:29 PM IST

ବୀରବାଦ୍ୟ ଘୁମୁରା ପାଇବ ନୂଆ ପରିଚୟ, ଉଦଘାଟିତ ହେଲା ମାଁ ମାଣିକେଶ୍ୱରୀ ଘୁମୁରା ଏକାଡେମୀ
ବୀରବାଦ୍ୟ ଘୁମୁରା ପାଇବ ନୂଆ ପରିଚୟ, ଉଦଘାଟିତ ହେଲା ମାଁ ମାଣିକେଶ୍ୱରୀ ଘୁମୁରା ଏକାଡେମୀ

Ghumura Academy is inaugurated : ବୀରବାଦ୍ୟ ଘୁମୁରା ପାଇବ ଏକ ସ୍ଵତନ୍ତ୍ର ପରିଚୟ । ଆଜି କଳାହାଣ୍ଡି ଜିଲ୍ଲାରେ ଉଦଘାଟିତ ହୋଇଛି ମାଁ ମାଣିକେଶ୍ୱରୀ ଘୁମୁରା ଏକାଡେମୀ । ଅଧିକ ପଢନ୍ତୁ

ବୀରବାଦ୍ୟ ଘୁମୁରା ପାଇବ ନୂଆ ପରିଚୟ, ଉଦଘାଟିତ ହେଲା ମାଁ ମାଣିକେଶ୍ୱରୀ ଘୁମୁରା ଏକାଡେମୀ

ଭବାନୀପାଟଣା: ଆଦି ସଂସ୍କୃତି ଓ ପରମ୍ପରା ମାଟି ହେଉଛି କଳାହାଣ୍ଡି । ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ପରିଚିତ ଏହି ଜିଲ୍ଲାର ବୀର ବାଦ୍ୟ ଘୁମୁରାର ଘୁମୁ ଘୁମୁ ନାଦରେ ପ୍ରକମ୍ପିତ ହୁଏ ଗଗନ ପବନ । କାହିଁ କେଉଁ ଆବହମାନ କାଳରୁ ଜିଲ୍ଲାର ବୀର ବାଦ୍ୟ ଭାବରେ ପରିଚୟ ପାଇଥିବା ଘୁମୁରା ବାଜିଲେ ଥରି ଉଠେ ପ୍ରତ୍ୟେକ ଲୋକଙ୍କ ଛାତି । ପୌରାଣିକ ଅନୁଯାୟୀ ଲଙ୍କାର ଦେଶରୁ ମା’ ମାଣିକେଶ୍ବରୀ ଜୁନାଗଡ଼ ତଥା ସେ ସମୟର ଜେନବଳିଗଡକୁ ଆସିବା ସମୟରେ ଏହି ବୀର ବାଦ୍ୟ ବଜାଇ ଆସିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ କଳାହାଣ୍ଡି ମହାରାଜ ଯୁଦ୍ଧ କ୍ଷେତ୍ରକୁ ଯିବା ସମୟରେ ଏହି ବାଦ୍ୟ ବଜାଇ ସମସ୍ତ ସେନାଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରିବା ସହ ଶକ୍ତି ପ୍ରଦାନ କରାଯାଇଥିଲା ବୋଲି କିମ୍ବଦନ୍ତୀ ରହିଛି । ଧିରେ ଧିରେ ଏହି ବୀର ବାଦ୍ୟ ଘୁମୁରା ଦେଶ ତଥା ଦେଶ ବାହାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ଏହି ସଂସ୍କୃତି ଓ ପରମ୍ପରାର ପୁର୍ନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗରେ ଆଜି କଳାହାଣ୍ଡି ଜିଲ୍ଲାରେ ଉଦଘାଟନ ହୋଇଛି ମା’ ମାଣିକେଶ୍ୱରି ଘୁମୁରା ଏକାଡେମୀ । ଏଣୁ ଏହି ବୀରବାଦ୍ୟ ଘୁମୁରା ପାଇବ ଏକ ସ୍ଵତନ୍ତ୍ର ପରିଚୟ ।

ଏହା ମଧ୍ୟ ପଢନ୍ତୁ.... ବରଗଡ଼ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଉଦଘାଟନ ଉତ୍ସବ ପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ବୀର ବାଦ୍ୟ ଘୁମୁରାର ତାଳେ ତାଳେ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ତଥା କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ପହଞ୍ଚିବା ପରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ ବିଧାୟକ ମୌଶଧି ବାଗ, ଘୁମୁରା ଗୁରୁ ଜୟନ୍ତ ବେହେରା ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇ ମାଁ ମାଣିକେଶ୍ୱରୀ ଘୁମୁରା ଏକାଡେମୀ ଉଦଘାଟନ କରିଥିଲେ। ଏହି ଘୁମୁରା ଏକାଡେମୀରେ ୪ ଜଣ ଘୁମୁରା ଗୁରୁ ରହିବେ ଏବଂ ପ୍ରତ୍ୟେକ ବର୍ଷ ୩୦ ଜଣ ଛାତ୍ରଛାତ୍ରୀ ଘୁମୁରା ଶିକ୍ଷା ଗ୍ରହଣ କରିବେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.