ETV Bharat / state

ବରଗଡ଼ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

author img

By ETV Bharat Odisha Team

Published : Nov 25, 2023, 10:54 PM IST

ବରଗଡ଼ରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଭୂମିକା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଅଧିକ ପଢନ୍ତୁ

ବରଗଡ଼ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ
ବରଗଡ଼ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ବରଗଡ଼ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ବରଗଡ଼: ବରଗଡ଼ରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ଵାରା ପରିଚାଳିତ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଚାଷୀର ଆର୍ଥିକ ଅଭିବୃଦ୍ଧି ଏହି ମେଳାର ମୁଖ୍ୟ ଉଦ୍ଧେଶ୍ୟ ରହିଥିଲା । ଏହି ଉତ୍ସବକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ କରିଥିଲେ ।ଏଠାରେ ଚାଷୀମାନଙ୍କ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଭୂମିକା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବ୍ୟତୀତ କୃଷି, ଉଦ୍ୟାନ କୃଷି, କୃଷି ବିଜ୍ଞାନ କେନ୍ଦ୍ର, ଜଳ ବିଭାଜିକା ପ୍ରକଳ୍ପ, ବ୍ୟାଙ୍କ ତଥା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ଵାରା ୨୮ ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ଯୋଜନା ବିଷୟରେ ଚାଷୀମାନଙ୍କୁ ସଚେତନ କରଯାଇଥିଲା । ପ୍ରାଣୀ ସମ୍ପଦ ବିଭାଗ ତରଫରୁ ହଲଷ୍ଟିନ ଗାଈ, ଗିର ଗାଈ, ଶଙ୍କର ଜର୍ସି ଗାଈ, ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ଵାରା ଜନ୍ମିତ ମାଈ ବାଛୁରୀ, କୃତ୍ରିମ ପ୍ରଜନନ ଦ୍ଵାରା ଜନ୍ମିତ ଉନ୍ନୀତ ଛେଳି, ବଲାଙ୍ଗୀର ମେଣ୍ଢା, କୋରାପୁଟର ଭେଜାଗୁଡା କୁକୁଡା, ବିଭିନ୍ନ ପ୍ରଜାତିର ବତକ ଓ କୁକୁଡ଼ା ତଥା ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା । ସେହିପରି ମତ୍ସ୍ୟ ବିଭାଗ ତରଫରୁ ରଙ୍ଗୀନ ମାଛ ଆକ୍ବାରିଅୟମ, ଗୋଲାକୃତି ମାଛ, ଯାଆଁଳା ଉତ୍ପାଦନ ଯନ୍ତ୍ର ଓ ବିଭିନ୍ନ ମତ୍ସ୍ୟ ଉପକରଣ ପ୍ରଦର୍ଶିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ....ଦେଶ ଓ ରାଜ୍ଯରେ କୃଷି ଜିଡିପି ବୃଦ୍ଧି ପାଉଛି: ରାମଚନ୍ଦ୍ର ପଣ୍ଡା

ଜିଲ୍ଲାର ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଗୋପାଳନ କ୍ଷେତ୍ରରେ ଚିତ୍ତରଞ୍ଜନ କର୍ଣ୍ଣ, ଛେଳି ପାଳନ ପାଇଁ ମା' ବଞ୍ଜାରି ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟ ଚାଷ ପାଇଁ ଜସ୍ମିନ ପ୍ରଧାନ ଓ ବୀର ହନୁମାନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରଯାଇଥିଲା । ଏହାସହ ବିଭିନ୍ନ ବ୍ଲକର ଆସିଥିବା ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ କୃଷି ବିଶେଷଜ୍ଞମାନଙ୍କ ମଧ୍ୟରେ ଏକ ମତ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ପ୍ରଥମ ଦନରେ ମାନିନୀ ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଏବଂ ଡା. ପ୍ରତାପ କିଶୋର ଖମାରି, ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ଯୋଗଦେଇଥିବା ବେଳେ ଦ୍ଵିତୀୟ ଦିନରେ ବିଧୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇଥିଲେ ।

ଏହି ମେଳାକୁ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିରୁପାକ୍ଷ ନାୟକ, ଡା. ରାଜେଶ ନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଡା. ରବୀନ୍ଦ୍ର କୁମାର ହୋତା ଓ ଡା. ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପାଟ୍ଟଯୋଶୀ ଏବଂ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଓ ମତ୍ସ୍ୟ ଅଧିକାରୀ ସହଯୋଗରେ କରିଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.