ETV Bharat / state

ଭୋଟରଙ୍କ ନିକଟତର ହେବାକୁ କଂଗ୍ରେସର ପ୍ରସ୍ତୁତି, କଳାହାଣ୍ଡିରେ ବିଶାଳ ସମାବେଶ ଓ ପଦଯାତ୍ରା

author img

By ETV Bharat Odisha Team

Published : Oct 15, 2023, 10:19 PM IST

କଳାହାଣ୍ଡିରେ କଂଗ୍ରେସର ବିଶାଳ ସମାବେଶ ଓ ପଦଯାତ୍ରା
କଳାହାଣ୍ଡିରେ କଂଗ୍ରେସର ବିଶାଳ ସମାବେଶ ଓ ପଦଯାତ୍ରା

ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ଅଙ୍କ କଶା । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ସମେତ ପଦଯାତ୍ରା ଆୟୋଜନ କରିବାରେ ଲାଗିଛନ୍ତି କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ କଂଗ୍ରେସର ବିଶାଳ ସମାବେଶ ଓ ପଦଯାତ୍ରା

ଭବାନୀପାଟଣା: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ଅଙ୍କ କଶା । ଯଦିଓ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ ତଥାପି ଏବେଠାରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଯୋରଜାର ପ୍ରସ୍ତୁତ ହେଲେଣି ରାଜନେତା । ବିଜେଡିର ଜନ ସଂପର୍କ ପଦଯାତ୍ରା ଓ ବିଜେପି ଗାଁକୁ ଚାଲ କାର୍ଯ୍ୟକ୍ରମ ଆୟୋଜନ କରି ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ସମେତ ପଦଯାତ୍ରା ଆୟୋଜନ କରିବାରେ ଲାଗିଛନ୍ତି କଂଗ୍ରେସ ନେତା । ଏହି ପରିପ୍ରକ୍ଷୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥପୁର ଠାରୁ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାଜ୍ୟ କଂଗେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ, ଚାଞ୍ଚେର ମାଝୀ ସାମିଲ ହୋଇଥିବା ବେଳେ ଦୀର୍ଘ ୬ କିଲୋମଟର ପଦଯାତ୍ରାରେ ବାହାରି ଚମ୍ପାଦେଇପୁର ଠାରେ ପହଞ୍ଚିବା ପରେ ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ମୋଦି ସରକାର ସମସ୍ତ ବିଭାଗକୁ ଘରୋଇ କାରଣ କରୁଛନ୍ତି । ଦେଶରେ ପ୍ରତ୍ୟେକ ଜିନିଷର ଦର ବୃଦ୍ଧି ଦେବାରେ ଲାଗିଛି । ଏହାସହ ରାଜ୍ୟରେ ଥିବା ବିଜେଡି ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସମସ୍ୟାରେ କଳାହାଣ୍ଡି ଜିଲ୍ଲାରେ ଆଜି ମଧ୍ୟ ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନବରଙ୍ଗପୁରରେ 'ଘରେ ଘରେ ହାତ' ଅଭିଯାନ, ଶତାଧିକ ସମର୍ଥକଙ୍କ ସହ କଂଗ୍ରେସର ଶୋଭାଯାତ୍ରା

ଏହାସହ ବିଜୟ ଏହା ମଧ୍ୟ କହିଛନ୍ତି ଯେ, ନବୀନ ପଟ୍ଟନାୟକ ସରକାର ମିଶନ ଶକ୍ତି ନାଁରେ ଲୋକଙ୍କୁ ଭୁଆଁ ବୁଳାଉଛନ୍ତି । ଦେଶରେ କଂଗ୍ରେସ ସରକାର ଥିବା ସମୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କରାଯାଇଥିବା ବେଳେ ନବୀନ ସରକାର ନିଜେ ବାଃ ବାଃ ନେଉଛନ୍ତି । ସେପଟେ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଜିଲ୍ଲାରେ ନିଯୁକ୍ତି ମିଳିପାରୁନାହିଁ । ଫଳରେ ତାମିଲନାଡୁ, କେରଳ, ଗୁଜୁରାଟ, ହାଇଦ୍ରାବାଦ ଭଳି ସ୍ଥାନକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ବିଜେଡି ସରକାର ଏହାର ଦୁରିକରଣ ପାଇଁ କୌଣସି ପଦକ୍ଷପ ନେଉ ନାହାଁନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ଲାଭ କରିବା ପରେ ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀକୁ ରାଜ୍ୟ ଚଳାଇବା ପାଇ ଦାୟିତ୍ୱ ଦେଇ ଦେଇଛନ୍ତି । ବର୍ତ୍ତମାନ ସମୟରେ ନେତା ଓ ମନ୍ତ୍ରୀ 5ଟି ସଚିବଙ୍କ ପାଇଁ ଟେଣ୍ଟ ଲଗାଇଛନ୍ତି । ସେପଟେ ଏହି ଅବସରରେ କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡି ଓ ବିଜେପିର ପ୍ରାୟ ୬୦ରୁ ଊର୍ଦ୍ଧ୍ବ କର୍ମୀ କଂଗ୍ରେସରେ ଯୋଗଦାନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.