ETV Bharat / state

ରବି ଫସଲ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟରୁ ଜଳସେଚନର ସୁବିଧା ଦେବାକୁ ଦାବି

author img

By ETV Bharat Odisha Team

Published : Nov 22, 2023, 6:41 AM IST

Indravati Mega Lift Irrigation project
Indravati Mega Lift Irrigation project

ରବି ଫସଲ ପାଇଁ କେନାଲରେ ପାଣି ଛାଡି ଜଳସେଚନର ସୁବିଧା ଦେବାକୁ ଦାବି କରିଛନ୍ତି ଚାଷୀ । ଆସନ୍ତା 27 ତାରିଖ ସୁଦ୍ଧା କୌଣସି ସମାଧାନ ନହୁଏ ତେବେ 28 ତାରିଖରୁ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

Indravati Mega Lift Irrigation project

ଭବାନୀପାଟଣା: କଳାହାଣ୍ଡି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାକାର ଅଧିକାଂଶ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ । ଜିଲ୍ଲାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ପ୍ରାଧାନ୍ୟ ଦେଇଥାନ୍ତି । କେନାଲ ଜଳସେଚନର ସୁବିଧା ଥିବାରୁ ଉଭୟ ଖରିଫ ଏବଂ ରବି ଫସଲ ଭାବରେ ବର୍ଷରେ ଦୁଇଥର ଧାନ ଚାଷ କରିଥାନ୍ତି ଚାଷୀ । ତେବେ ଜିଲ୍ଲାରେ ଖରିଫ ଫସଲ ଅମଳ ସରିଥିବା ବେଳେ ରବି ଫସଲ ପାଇଁ କେନାଲରେ ପାଣି ଛାଡ଼ି ଜଳସେଚନର ସୁବିଧା ଦେବାକୁ ଦାବି କରିଛନ୍ତି ଚାଷୀ ।

ରବି ଧାନ ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ ହେବା ନେଇ ଇନ୍ଦ୍ରାବତୀ ଜଳସେଚନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡହଗାଁ, ମୂଷାପାଲି, ଡାଲଗୁମା ପଞ୍ଚାୟତକୁ ଚଳିତ ରବି ଋତୁରେ ଚାଷ କାମ ପାଇଁ ଜଳ ସେଚନ ଯୋଗାଇ ଦେବାକୁ ଆଜି ଶତାଧିକ ଚାଷୀ କୁସୁମଖୁଣ୍ଟି ମେଗାଲିଫ୍ଟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜଳସେଚନ କରିବା ପାଇଁ ଦାବି କରି ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଯଦି ଆସନ୍ତା 27 ତାରିଖ ସୁଦ୍ଧା କୌଣସି ସମାଧାନ ନହୁଏ ତେବେ 28 ତାରିଖରୁ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଲିଫ୍ଟ ଇରିଗେସନ ଏସ୍‌ଡିଓ ପ୍ରଣୟ ପ୍ରଧାନ କହିଛନ୍ତି ଯେ, ଏନେଇ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଜଳସେଚନର ସୁବିଧା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ.....ଚାଷୀ ଶିଖିଲେ ଡ୍ରୋନ ବ୍ୟବହାର, ସହଜରେ ହେବ ଚାଷକାର୍ଯ୍ୟ

ସୂଚନା ଅନୁଯାୟୀ ଜିଲ୍ଲାର କୋକସରା ବ୍ଲକ ଏକ ମରୁଡି ପ୍ରପୀଡ଼ିତ ଅଞ୍ଚଳ । ପ୍ରତ୍ୟେକ ବର୍ଷ ପାଣି ଆଭାବରୁ ଚାଷ ନଷ୍ଟ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 2021 ମସିହାରେ ମଙ୍ଗଳପୁରଠାରେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ଚାଷୀଙ୍କୁ ପାଣି ପାଇଁ ସୁବିଧା କରାଇଥିଲେ । କିନ୍ତୁ ଚାଷୀଙ୍କ ଅବସ୍ଥା ଯେମିତି ଥିଲା ଏବେ ମଧ୍ୟ ସମାନ ଅବସ୍ଥା ରହିଛି । ବ୍ଲକର ପ୍ରାୟ 5ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଜମିକୁ କେନାଲ ରୁବିଧା ଥିଲେ ମଧ୍ୟ ପାଣି ଛଡ଼ା ଯାଇ ପାରୁନାହିଁ ଫଳରେ ଚାଷ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.