ETV Bharat / state

ଟୋକନ ସମସ୍ୟା ନେଇ ଚାଷୀ ଆନ୍ଦୋଳନ: ପେକ୍ସ ଅଧିକାରୀଙ୍କୁ କୋଠରୀରେ ତାଲା ପକାଇଲେ

author img

By

Published : Dec 15, 2022, 9:11 PM IST

Updated : Dec 15, 2022, 11:00 PM IST

ପେକ୍ସ ଅଧିକାରୀଙ୍କୁ କୋଠରୀରେ ତାଲା ଦେଇ ଆନ୍ଦୋଳନରେ ଚାଷୀ
ପେକ୍ସ ଅଧିକାରୀଙ୍କୁ କୋଠରୀରେ ତାଲା ଦେଇ ଆନ୍ଦୋଳନରେ ଚାଷୀ

ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ପେକ୍ସ ଅଧିକାରୀଙ୍କୁ କୋଠରୀରେ ତାଲା ଦେଇ ଆନ୍ଦୋଳନରେ ଚାଷୀ । ଅଧିକ ପଢନ୍ତୁ

ପେକ୍ସ ଅଧିକାରୀଙ୍କୁ କୋଠରୀରେ ତାଲା ପକାଇଲେ

ଭବାନୀପାଟଣା : ପେକ୍ସ ଅଧିକାରୀଙ୍କୁ କୋଠରୀରେ ତାଲା ଦେଇ ଆନ୍ଦୋଳନରେ ଚାଷୀ । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା । କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଚଳିତ ଖରିଫ ଋତୁରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ।

ଜିଲ୍ଲାରେ ୭୪ ଟି ପାକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ରଖିଛି ଜିଲ୍ଲା ପ୍ରଶାସନ । ହେଲେ ଅନେକ ଚାଷୀଙ୍କ ଟୋକନ ସମସ୍ୟା ଦେଖା ଦେଇଛି ଯାହାକୁ ନେଇ ଚାଷୀ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଖଇରପଦର ସମବାୟ ସମିତି ଅଧୀନ ରେ ଥିବା ୫୫ ଜଣ ଚାଷୀ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ ପ୍ରକ୍ରିୟାରୁ ବାଦ ପଡ଼ିବା କୁ ନେଇ ଦେଖାଦେଲା ବିବାଦ । ଏହାକୁ ନେଇ ଗତ ଶୁକ୍ରବାର ଦିନ ଏହି ଚାଷୀ ମାନେ ଘଟଣାକୁ ନେଇ ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ରେ ଆନ୍ଦୋଳନ କରିଥିଲେ । ସେହି ସମୟରେ ଟୋକାନ ଦେବା ନେଇ ଜିଲ୍ଲା ଯୋଗାଣ ବିଭାଗ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ରୁ ଓହରି ଥିଲେ ଚାଷୀ ।

ସେପଟେ ଜିଲ୍ଲା ଯୋଗାଣ ବିଭାଗ ଦେଇଥିବା ପ୍ରତିଶୃତି ପୂରଣ ନ ହେବାରୁ ଶେଷରେ ଆଜି ଖଇରପଦର ମଣ୍ଡିରେ ଶତାଧିକ ଚାଷୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀ ସମବାୟ ସମିତିର ଅଧିକାରୀ ଓ ଆରଏମସି କର୍ମଚାରୀଙ୍କୁ ପେକ୍ସ କାର୍ଯ୍ୟାଳୟରେ ତାଲା ଦେଇ ଅଟକ ରଖିଥିଲେ । ଖବର ପାଇ ପୋଲିସ ଓ ତହସିଲଦାର ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରୁଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated :Dec 15, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.