ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରପ୍ରାଇଜ୍ ଭିଜିଟ୍ କଲେ ଜିଲ୍ଲାପାଳ ଓ ଏସପି

author img

By

Published : Oct 20, 2022, 5:23 PM IST

ଜିଲ୍ଲା ମୂଖ୍ୟ ଚିକିତ୍ସାଲୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି
ଜିଲ୍ଲା ମୂଖ୍ୟ ଚିକିତ୍ସାଲୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଏସପି ଅଭିଳାଷ ଜି ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଏସପି ଅଭିଳାଷ ଜି ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ପ୍ରଥମେ ହେଲ୍ପ ଡେସ୍କ ଓ ରେଜିଷ୍ଟ୍ରେସନ କାଉଣ୍ଟରକୁ ଯାଇ ରୋଗୀଙ୍କୁ କିଭଳି ସେବା ଦିଆଯାଉଛି ସେନେଇ ପଚାରି ବୁଝିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି

ତେବେ ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ,ଏମସିଏଚ ବିଲ୍ଡିଂ ଯାଇ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସମସ୍ୟା ପଚାରି ବୁଝିଥିଲେ । ମୁଖ୍ୟତଃ ବିଜୁ ସ୍ବାସ୍ଥ୍ୟ କାର୍ଡରେ ରୋଗୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି ନା ନାହିଁ, ଚିକିତ୍ସା ସେବା ପାଇଁ କେହି କିଛି ଅର୍ଥ ଦାବି କରୁଛନ୍ତି ନା ନାହିଁ ଏବଂ ଔଷଧ ମାଗଣାରେ ମିଳୁଛି ନା ନାହିଁ ଏହି ଭଳି ଅନେକ ପ୍ରଶ୍ନ ରୋଗୀଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ ଓ ଏସପି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.