ETV Bharat / state

ଥୁଆମୂଳ ରାମପୁର ବ୍ଳକରେ ଥମୁନି ଡାଇରିଆ ଆତଙ୍କ

author img

By

Published : Oct 20, 2022, 8:56 AM IST

ଥୁଆମୂଳ ରାମପୁର ବ୍ଳକରେ ଥମୁନି ଡାଇରିଆ ଆତଙ୍କ
ଥୁଆମୂଳ ରାମପୁର ବ୍ଳକରେ ଥମୁନି ଡାଇରିଆ ଆତଙ୍କ

ଥୁଆମୂଳ ରାମପୁର ବ୍ଲକର ଭାଟିପାସ୍ ଗାଁରେ ଗତ ୪ ଦିନ ହେଲା ବ୍ୟାପିବାରେ ଲାଗିଛି ଡାଇରିଆ ଆତଙ୍କ(Diarrhea outbreak in Thuamul Rampur) । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥମିବାର ନାଁ ନେଉନି ଡାଇରିଆ । ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ଅଞ୍ଚଳ କଳାହାଣ୍ଡି ଜିଲ୍ଲାରେ ପୁଣି ବ୍ୟାପିବାରେ ଲାଗିଛି ଡାଇରିଆ । ଉପାନ୍ତ ଅଞ୍ଚଳରେ ଏବେ ବୃଦ୍ଧି ପାଉଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ ୨ ମାସ ଧରି ଉପାନ୍ତ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଲୋକଙ୍କୁ ଡରାଇବାରେ ଲାଗିଛି ଡାଇରିଆ । ସେପଟେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ଅଣାୟତ୍ତ ହେବାକୁ ଲାଗିଛି ଡାଇରିଆ(Diarrhea outbreak in Thuamul Rampur) । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବ୍ୟାପୁଛି ଡାଇରିଆ ।

ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ବ୍ଲକର ଭାଟିପାସ୍ ଗାଁରେ ଗତ ୪ ଦିନ ହେଲା ଡାଇରିଆ ଆତଙ୍କ ଦେଖା ଦେଇଛି । ଗାଁରେ ବର୍ତ୍ତମାନ ସୁଦ୍ଧା ୧୩ରୁ ଊର୍ଦ୍ଧ୍ବ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଖବର ପାଇ ଗାଁରେ ସ୍ୱାସ୍ଥ୍ୟ ଟିମ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି । ଏଥିସହ ଗାଁରେ ଥିବା ଗୋଟିଏ ନଳକୂପର ପାଣି ବ୍ୟବହାର କରିବା ସହ ନିକଟରେ ଥିବା ନାଳର ପାଣି ଲୋକେ ବ୍ୟବହାର କରିଥାନ୍ତି । ସେପଟେ ଗାଁକୁ ଯାଇଥିବା ମେଡ଼ିକାଲ ଟିମ ନଳକୂପରୁ ନମୁନା ସଂଗ୍ରହ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଁରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଲୋକଙ୍କୁ ସଚେତନ କରିଛି ସ୍ୱାସ୍ଥ୍ୟ ଟିମ ।

ସେହିପରି କଳାହାଣ୍ଡି ଥୁଆମୂଳ ରାମପୁର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା ଭିତରଡୁଙ୍ଗାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଅନ୍ୟପଟେ ଗାଁରେ ଝାଡ଼ାବାନ୍ତିରେ ୧୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଝାଡ଼ାବାନ୍ତିରେ ଗାଁର ଘାସେନ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଗାଁର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲା । ଏଥିସହ ଗାଁରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲା ସ୍ବାସ୍ଥ୍ୟ ଟିମ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.