ETV Bharat / state

ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଉପରେ ବର୍ଷିଲା ବିଜେଡି

author img

By ETV Bharat Odisha Team

Published : Sep 16, 2023, 9:54 PM IST

ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଉପରେ ବର୍ଷିଲା ବିଜେଡି
ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଉପରେ ବର୍ଷିଲା ବିଜେଡି

ପ୍ରଫୁଲ୍ଲ ସାମନ୍ତରା ଓ ନରେନ୍ଦ୍ର ମହାନ୍ତି ଗାଁ ଗାଆଁକୁ ଯାଇ ଖଣି ଖନନକୁ ବିରୋଧ କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗ କରିଛି ବିଜେଡି । ଅଧିକ ପଢନ୍ତୁ

ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଉପରେ ବର୍ଷିଲା ବିଜେଡି

ଭବାନୀପାଟଣା: ବେଦାନ୍ତ ଖଣିଖନନକୁ ନେଇ ସରକାରଙ୍କ ବିରୋଧରେ ଲୋକଙ୍କୁ ପ୍ରଫୁଲ୍ଲ ସାମନ୍ତରା ପ୍ରବର୍ତ୍ତାଉଥିବା ଅଭିଯୋଗ ଆଣିଲା ବିଜେଡି । ଗତକାଲି ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଦଳ । କମ୍ପାନୀ ଆସିଲେ ଅଞ୍ଚଳ ବିକାଶ ହେବ ସ୍ଥାନୀୟ ଲୋକେ ଏହାକୁ ସ୍ବାଗତ କରୁଥିବା ବେଳେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛନ୍ତି ।

ବିଜେଡି ବ୍ଲକ ସଭାପତି କପିଳାସ ନାଏକ କହିଛନ୍ତି, ‘‘ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଅଞ୍ଚଳର ବିକାଶ ଚାହୁଁ ନାହାନ୍ତି । ରାଜ୍ୟରେ କମ୍ପାନୀ ନଆସିଲେ ରାଜ୍ୟର ଉନ୍ନତି କିପରି ହେବ । ଲୋକଙ୍କୁ ରୋଜଗାର କିପରି ମିଳିବ ? ସବୁ କମ୍ପାନୀକୁ ଯଦି ଲୋକେ ବିରୋଧ କରିବେ ତେବେ ବାହାର ରାଜ୍ୟକୁ ଚାକିରୀ ପାଇଁ ଯିବାକୁ ପଡିବ । ରାଜ୍ୟର ଉନ୍ନତି ଲୋକଙ୍କ ଉନ୍ନତି ପାଇଁ କମ୍ପାନୀର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିକାଶ ଆରମ୍ଭ କରାଯାଉଛି । ସେ ସମୟରେ ଅନେକ ଲୋକ ବିକାଶକୁ ବିରୋଧ କରୁଛନ୍ତି । କଳାହାଣ୍ଡି ଏକ ଶିଳ୍ପ ବିହୀନ ଜିଲ୍ଲା, ଏଠି ପ୍ରକୃତି ଅନେକ ଗୁଡିଏ ଖଣି ଖଦାନ ଦେଇଥିଲେ ସୁଧା ତାର ସତ୍ ବିନିଯୋଗ ହୋଇପାରୁ ନାହିଁ । ଏହାର ବିକାଶରେ ବାଧା ଦେଉଛନ୍ତି ପ୍ରଫୁଲ୍ଲ ସାମନ୍ତରାୟ ଭଳି ସ୍ୱାର୍ଥ ନ୍ୟସ୍ତ ବ୍ୟକ୍ତିମାନେ । ୧୯୮୫ ମସିହାରେ କେରପାଇ, ନାକରୁଣ୍ଡି ଅଞ୍ଚଳରେ ମେନଜାଇଟିକ୍ସ ରୋଗ ବ୍ୟାପି ଥିଲା, ସେହି ସମୟରେ କେଉଁ କେଉଁ ଲୋକ ଆସି ଏହି ଅଞ୍ଚଳର ଲୋକଙ୍କୁ ସହଯୋଗ କରିଥିଲେ ? କେହି ନାହିଁ ।‘‘

ସେ ଆହୁରୀ ମଧ୍ୟ କହିଛନ୍ତି, ‘‘୨୦୧୭ ମସିହାରେ ଏହି ଅଞ୍ଚଳ ରେ ଭୟଙ୍କର ବନ୍ୟା ହୋଇଥିଲା । ରାସ୍ତାଘାଟ ଧୋଇହେବା ଠାରୁ ଆରମ୍ଭ କରି ଅନେକ ଲୋକଙ୍କ ଘରଦ୍ଵାର ଭାଙ୍ଗି ଯାଇଥିଲା ସେତେବେଳେ ପ୍ରଫୁଲ୍ଲ ସାମନ୍ତରାୟ କେଉଁଠି ଥିଲେ ? ପ୍ରଫୁଲ୍ଲସାମନ୍ତରାୟ ଏବଂ ତାଙ୍କ ଦଳର ସ୍ବାର୍ଥ କଣ ? କାହିଁକି ସେମାନେ ହଠାତ୍ ଜାଗ୍ରତ ହୁଅନ୍ତି ଏବଂ ଅଞ୍ଚଳରେ ସେମାନଙ୍କର କାର୍ଯ୍ୟକଳାପ ଆରମ୍ଭ କରନ୍ତି । ଯେତେବେଳେ କୌଣସି ଖଣି କିମ୍ବା କାରଖାନା କାର୍ଯ୍ୟ ଆରମ୍ଭ ହେବାକୁ ଯାଏ ସେ ନିରୀହଲୋକଙ୍କୁ ମିଥ୍ୟାକଥା କହି ତାଙ୍କୁ ଉସୁକାଇ ଭୁଲ କାମ କରାନ୍ତି । ତେଣୁ ଜିଲ୍ଲା ପ୍ରଶାସନକୁ ଆନୁରୋଧ କରୁଛି ତାଙ୍କୁ ଜିଲ୍ଲାରେ ପଶିବା ପାଇଁ ବାରଣ କରନ୍ତୁ ।’’

ଇଟିଭି ଭାରତ, ଭବାନୀପାଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.