ETV Bharat / state

ବିଲକୁ ଯାଇଥିବା ବେଳେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

author img

By

Published : Jul 14, 2023, 10:37 AM IST

କଳାହାଣ୍ଡିରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡିରେ ଲଜ୍ଜା । ବାପାଙ୍କ ସହ ବିଲକୁ ଯାଇଥିବା ବେଳେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ । ପୁଣି ଦୁଷ୍କର୍ମ କରିଛି ଜଣେ ନାବାଳକ । କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ପୀଡିତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ୭ ବର୍ଷୀୟା ନାବାଳିକା ନିଜ ବାପାଙ୍କ ସହ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ସେ ଚାଷ ଜମି ପାଖରେ ଥିବା ନଳକୂପ ପାଖକୁ ପାଣି ପିଇବାକୁ ଏକାକି ଚାଲି ଯାଇଥିଲେ । ଏତିକି ବେଳେ ସେଠାରେ ବୁଲୁଥିବା ମତୁଆଲାଗୁଡା ଅଞ୍ଚଳର ଜଣେ ନାବାଳକର ନଜର ଝିଅଟି ଉପରେ ପଡିଥିଲା । ଅଭିଯୁକ୍ତ ନାବାଳିକାଙ୍କୁ ପାଖରେ ଥିବା ଏକ ଗଛ ମୂଳକୁ ଜୋର ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଏବଂ ଫେରାର୍ ହୋଇଯାଇଥିଲା । ସେପଟେ ଝିଅ ନଫେରିବାରୁ ବାପା ଏଣେତେଣେ ଖୋଜିବାକୁ ଲାଗିଥିଲେ । ଶେଷରେ ନଳକୂପ ନିକଟରେ ଥିବା ଗଛ ମୂଳରେ ଝିଅ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲେ ଏବଂ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଏହାମଧ୍ୟ ପଢନ୍ତୁ: Shocking: ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍‌ ଢାଳି ଜାଳିଦେଲେ

ଡାକ୍ତର ପିଲାଟିର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏନେଇ ପୀଡିତାଙ୍କ ବାପା କଲମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ନାବାଳକକୁ ଉଠାଇ ଆଣିଥିଲା । ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ପ୍ରକାଶ ଥାଉକି, ଆଜିର ସଭ୍ୟ ସମାଜରେ କାମାନ୍ଧ ମଣିଷ ଯୌନ ଲାଳସା ଚରିତାର୍ଥ ପାଇଁ ସବୁ ସୀମା ଡେଇଁଯାଇଛି । ନିରୀହ ଶିଶୁ ଏବଂ ବୃଦ୍ଧାଙ୍କୁ ମଧ୍ୟ ଛାଡୁନି । କିଛି ଦିନ ତଳେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବାର ଖବର ଆସିଥିଲା । ବୃଦ୍ଧା ନିଜ ଝିଅକୁ ଘରକୁ ଯାଉଥିବା ବେଳେ ଜଣେ ଅଜଣା ଯୁବକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ବାଇକରେ ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା । ଏ ଯାଏଁ ସେହି ଅଭିଯୁକ୍ତକୁ ପୋଲିସ ଧରିବାରେ ସକ୍ଷମ ହୋଇପାରିନି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.