ETV Bharat / state

ସୁନା ଝିଅର ଘର ପୁସ୍ତକ ଲୋକାର୍ପିତ କଲେ କଳାହାଣ୍ଡି ଜିଲ୍ଲାପାଳ

author img

By

Published : Mar 18, 2022, 12:00 PM IST

କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରା ପୁସ୍ତକ ଲୋକାର୍ପିତ
କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରା ପୁସ୍ତକ ଲୋକାର୍ପିତ

ଭବାନୀପାଟଣା ଅମଲା ଭବନ ପରିସରରେ ଗୁରୁବାର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ରାସବିହାରୀ ବେହେରାଙ୍କ ସଭାପତିତ୍ବରେ ପୁସ୍ତକ ଲୋକାର୍ପିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସହ ଅନ୍ୟ ସମ୍ମାନିତ ଅତିଥିବୃନ୍ଦ ଯୋଗଦେଇଥିଲେ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ଅମଲା ଭବନ ପରିସରରେ ଗୁରୁବାର ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଗାଳ୍ପିକା ଦେବହୂତି କରଙ୍କ 'ସୁନା ଝିଅର ଘର', 'ମୋ ପତି ମହାବିପତ୍ତି', 'ସେକାଳ ପଖାଳ ' ତିନୋଟି ଗଳ୍ପ ସଙ୍କଳନ ଉନ୍ମୋଚିତ ହୋଇଥିଲା । ଓଡ଼ିଆ ସାହିତ୍ୟର ଗଳ୍ପ ଜଗତରେ ଜଣେ ସଫଳ ସ୍ରଷ୍ଟା ଭାବେ ନିଜକୁ ପ୍ରତିଷ୍ଠା କରିଛନ୍ତି ଗାଳ୍ପିକା ଦେବହୂତି କର । ତେବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ରାସବିହାରୀ ବେହେରାଙ୍କ ସଭାପତିତ୍ବରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ ଯୋଗ ଦେଇଥିଲେ ।

କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରା ପୁସ୍ତକ ଲୋକାର୍ପିତ

ସେହିପରି ସମ୍ମାନିତ ଅତିଥି ଭାବେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା ଏବଂ ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ । ପୁସ୍ତକ ସମୀକ୍ଷାରେ ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟାପକ ପ୍ରତାପ ଦାଶ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ପରମେଶ୍ବର ମୁଣ୍ଡ,ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.