ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, 14 ଆହତ

author img

By

Published : Jul 16, 2019, 11:20 PM IST

କଳାହାଣ୍ଡିର ଆମପାଣିରେ ଓଲଟିଲା ପିକଅପ ଭ୍ୟାନ । ଏଥିରେ 14 ଜଣ ଆହତ ହୋଇଛନ୍ତି । ଆହତଙ୍କୁ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଆମପାଣି ଘାଟିରେ ପିକଅପ ଭ୍ୟାନ ଓଲଟି 14 ଆହତ । ଆହତଙ୍କ ମଧ୍ୟରେ 5ଜଣ ଶିଶୁ ରହିଥିବା ବେଳେ 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ପିକଅପ ଭ୍ୟାନ ଡ୍ରାଇଭର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ସମସ୍ତ ଆହତ ପିଡିଏସ ଚାଉଳ ପାଇଁ ଆମପାଣି ପଞ୍ଚାୟତ ଅନ୍ତର୍ଗତ ବିରିମୁହାଣ ଗାଁକୁ ଆସିଥିଲେ । ଚାଉଳ ନେଇ ଏକ ପିକଅପ ଭ୍ୟାନରେ ଫେରୁଥିବା ବେଳେ ହଠାତ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ 14ଜଣ ଆହତ ହୋଇଛନ୍ତି । ତେବେ ଖବର ପାଇ ଆମପାଣି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:BREKING NEWS_କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ରେ ପିକ ଓଲଟି 5 ଶିଶୁ ସମେତ 14 ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 4 ଜଣ ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଆମପାଣି ପୋଲିସ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡ଼ିଛି। Body:ସୂଚନା ଅନୁସାରେ ଆମପାଣି ପଞ୍ଚୟତ କୁ ବିରିମୁହାଣ ଗ୍ରାମରୁ ପିଡ଼ିଏସ ଚାଉଳ ପାଇଁ 20 ଜଣ ହିତାଧିକାରି ଆସିଥିଲେ ପରେ ଚାଉଳ କୁ ଏକ ଟ୍ରାକ୍ଟର ରେ ପଠାଇବା ପରେ ସେମାନେ ଏକ ପିକଅପ ଗାଡ଼ିରେ ଲୀଫ୍ଟ ମାଗି ଗାଁ କୁ ଫେରୁଥିବା ସମୟରେ Conclusion:ଆମପାଣି ଘାଟି ରେ ଗାଡି ଦୁର୍ଘଟଣା ହୋଇଥିଲା, ସୋଭାଗ୍ୟ ବସତ ଗାଡି ରେ ଥିବା ଛୋଟ ଛୋଟ ଶିଶୁ ମନେ ସୁରକ୍ଷିତ ଥିବା ବେଳେ 4ଜଣ ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆମପାଣି ପୋଲିସ ଘଟଣା ର ତଦନ୍ତ କରୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.