ETV Bharat / state

ବିଶ୍ୱ ରେକର୍ଡ ଲକ୍ଷ୍ୟରେ ସମ୍ବଲପୁରୀ ନାଟକ ‘କାଏନଜୁରି'

author img

By ETV Bharat Odisha Team

Published : Nov 26, 2023, 8:25 PM IST

ବିଶ୍ୱ ରେକର୍ଡ କରିବ ସମ୍ବଲପୁରୀ ନାଟକ ‘କାଏନଜୁରି'
ବିଶ୍ୱ ରେକର୍ଡ କରିବ ସମ୍ବଲପୁରୀ ନାଟକ ‘କାଏନଜୁରି'

ମିରର ଥିଏଟର ପକ୍ଷରୁ ପ୍ରସ୍ତୁତ ହୋଇଛି ବିଶ୍ୱର ସର୍ବ ବୃହତ ସମ୍ବଲପୁରୀ ନାଟକ ‘କାଏନଜୁରି' । ଡିସେମ୍ବର ୧ରେ ବେଲପାହାଡ଼ ଠାରେ ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ

ବିଶ୍ୱ ରେକର୍ଡ କରିବ ସମ୍ବଲପୁରୀ ନାଟକ ‘କାଏନଜୁରି'

ଝାରସୁଗୁଡ଼ା: ବିଶ୍ୱ ରେକର୍ଡରେ ସାମିଲ ହୋଇପାରେ ସମ୍ବଲପୁରୀ ନାଟକ । ବିଶ୍ୱ ସର୍ବବୃହତ ସମ୍ବଲପୁରୀ ନାଟକ ଭାବେ ‘କାଏନଜୁରି' ପ୍ରସ୍ତୁତ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ମିରର ଥିଏଟର ନାମକ ଏକ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଏହା ପ୍ରଦର୍ଶିତ କରାଯିବ ।ଏହା ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇ ୩ ତାରିଖ ସନ୍ଧ୍ୟା ୭ ଟାରେ ସମାପ୍ତ ହେବ । ‘କାଏନଜୁରି' ଦୀର୍ଘ ୪୮ ଘଣ୍ଟା ଧରି ଚାଲିବ । ଏନେଇ ଆଜି(ରବିବାର) ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମିରର ଥିଏଟର କର୍ତ୍ତୃପକ୍ଷ ।

ସୂଚନା ଯୋଗ୍ୟ ବେଲପାହାଡ଼ର ମିରର ଥିଏଟର ପ୍ରସ୍ତୁତ କରିଛି ବିଶ୍ୱର ସର୍ବ ବୃହତ ନାଟକ ‘କାଏନଜୁରି' ।ଏହାକୁ ଆସନ୍ତା ୧ ତାରିଖ ଦିନ ବିଶ୍ୱ ରେକର୍ଡ ପାଇଁ ପ୍ରଦର୍ଶିତ କରାଯିବ । ଏହା ଶହେଟି ନାଟକକୁ ଯୋଡ଼ି ଗୋଟିଏ ବୃହତ ନାଟକ ପ୍ରସ୍ତୁତ କରାଯାଇଛି । ଏଥିରେ ବିଶେଷ ଭାବେ ବରିଷ୍ଠ ନାଗରିକ, ଶିକ୍ଷକ, ମହିଳା ସଂଗଠନ, ସ୍କୁଲ, କଲେଜ୍ ଛାତ୍ରଛାତ୍ରୀ ସମେତ ୧ ମାସର ଛୋଟ ଶିଶୁ ଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟ କରିବେ । ନାଟକ କାଏନଜୁରି ବେଲପାହାଡ଼,ଗୁମାଡେରା ମାଳିପଡ଼ାର ନିଜସ୍ୱ ମଞ୍ଚରେ ପ୍ରଦର୍ଶିତ ହେବ ।ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି ।

ଏହା ମଧ୍ୟ ପଢନ୍ତୁ....ଆନ୍ତଃବିଭାଗ ଶୃଙ୍ଖଳା ନାଟକ ଆରମ୍ଭ: ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା 'ଆମ ଘର କଥା'

ଏହି ବିଶ୍ୱ ରେକର୍ଡ଼ ପାଇଁ ଗିନଜ୍ ବୁକ, ଲିମକା ବୁକ, ଇଣ୍ଡିଆ ବୁକ, ଏସିଆ ବୁକ, ୱାର୍ଲ୍ଡ ୱାଇଡ଼ ବିଶ୍ୱରେକର୍ଡ଼ ପାଇଁ ଅବେଦନ କରାଯାଇଛି ।ଏଥିରେ ୨୦୦ରୁ ଅଧିକ କଳାକାର ଅଭିନୟ କରିବେ । ଏହା ସହ ପ୍ରଚ୍ଛଦପଟ ଓ ସ୍ୱେଚ୍ଛାସେବୀ ମିଶି ସର୍ବମୋଟ ୫ ଶହରୁ ଅଧିକ ବ୍ୟକ୍ତି ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ୧୯୯୩ ମସିହାରେ ମାତ୍ର ୫ରୁ ୬ ଜଣ ଯୁବକଙ୍କୁ ନେଇ ମିରର ଥିଏଟର ଆରମ୍ଭ ହୋଇଥିବାବେଳେ ଗତ ଅଗଷ୍ଟ ୧୨ ତାରିରେ ୩୧ ବର୍ଷରେ ପଦାର୍ପଣ କରିଛି । ଏହା ରାଜ୍ୟ ତଥା ରାଜ୍ୟ ବାହାରେ ସମ୍ବଲପୁରୀ ନାଟକ ମଞ୍ଚସ୍ଥ କରି ବହୁ ସୁନାମ ଅର୍ଜ୍ଜନ କରିଛି । ସମ୍ବଲପୁରୀ ଭାଷା ସହ ଲୋକକଳା ମାଧ୍ୟମରେ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ମୂଲ୍ୟ ବୋଧକୁ ପ୍ରତିଫଳିତ କରାଯାଇ ନାଟ୍ୟ ମାଧ୍ୟମରେ ଏକ ସମାଜ ସଂସ୍କାର ଆଣିବାରେ ପ୍ରୟାସ ଜାରି ରହିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.