ଆନ୍ତଃବିଭାଗ ଶୃଙ୍ଖଳା ନାଟକ ଆରମ୍ଭ: ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା 'ଆମ ଘର କଥା'

By ETV Bharat Odisha Team

Published : Nov 5, 2023, 7:55 AM IST

thumbnail

ପାରାଦ୍ବୀପ: ପାରାଦ୍ବୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆନ୍ତଃବିଭାଗ ଶୃଙ୍ଖଳା ନାଟକ ସ୍ଥାନୀୟ ଜୟଦେବ ସଦନଠାରେ ଆରମ୍ଭ ହୋଇଯାଇଛି । ଶନିବାର ପ୍ରଥମ ସନ୍ଧ୍ୟାରେ ପାରାଦ୍ବୀପ ପୌରପାଳିକା ସାଂସ୍କୃତିକ ପରିଷଦ ଦ୍ବାରା ପରିବେଶିତ ନାଟକ 'ଆମ ଘର କଥା' ଦର୍ଶକଙ୍କ ମନ ମୋହିଛି । ମଞ୍ଚସ୍ଥ ନାଟକରେ ପୌରପାଳିକା କର୍ମଚାରୀମାନଙ୍କର ନିଖୁଣ ଅଭିନୟକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିବା ବେଳେ ନାଟକର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ତାଳିମାଡ଼ରେ କମ୍ପିଥିଲା ହଲ୍ ।  'ଆମ ଘର କଥା' ନାଟକ ଗୋଟିଏ ପରିବାରରେ ଦୈନନ୍ଦିନ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଥିଲା । ନିଜ ସ୍ବାର୍ଥ ପାଇଁ ଘରର ମୁରବୀ କିପରି ଅଲୋଡ଼ା ହୋଇ ପଡୁଛନ୍ତି ଓ କେବଳ ବ୍ୟକ୍ତିଗତ ସ୍ବାର୍ଥ ଯୋଗୁଁ ସେମାନଙ୍କ ଆବଶ୍ୟକତା ପଡୁଛି ତାହାକୁ ଅତି ଚମତ୍କାର ଢଙ୍ଗରେ ନାଟକରେ ପରିବେଷଣ କରାଯାଇଥିଲା । ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ପ୍ରଯୋଜନାରେ ଦିଲ୍ଲୀପ ବଳବନ୍ତ ରାୟଙ୍କ ରଚନା ନାଟକକୁ ଡା.ରାଜେନ୍ଦ୍ର ନାୟକ ନିର୍ଦ୍ଦେଶନା ଦେଇଥିଲେ । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.