ନିଆଳି ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଚଷାପୁଅ ତୃପ୍ତି ରଞ୍ଜନ - Odisha Assembly Election 2024

By ETV Bharat Odisha Team

Published : May 10, 2024, 4:58 PM IST

thumbnail
ସ୍ବାଧିନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ ଚଷାପୁଅ ତୃପ୍ତି ରଞ୍ଜନ (ETV Bharat Odisha)

Niali Assembly Constituency: ନିଆଳି: କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ତୃପ୍ତି ରଞ୍ଜନ ବେହେରା । ଆଜି ନିଜ ବାସଭବନ କଣ୍ଟାପଡ଼ା ବ୍ଲକ ପାଟସୁନ୍ଦରପୁର ଗ୍ରାମରୁ ଟ୍ରାକ୍ଟର, ହଳ ଓ ସମର୍ଥକଙ୍କୁ ଧରି କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଚଷାପୁଅ ତୃପ୍ତି ରଞ୍ଜନ ।  

ତେବେ ତୃପ୍ତି ୨୦୧୯ ନିର୍ବାଚନରେ ବିଜେଡି ଟିକଟ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଟିକଟ ମିଳିନଥିଲା । ଏଥର ମଧ୍ୟ 2024 ନିର୍ବାଚନ ପାଇଁ ଟିକଟ ରେସରେ ଥିଲା ମଧ୍ୟ ବିଜେଡି ତାଙ୍କୁ ନିରାଶ କରିଛି । ନିଆଳି ପାଇଁ ତିନି ଥରର ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କୁ ଚତୁର୍ଥ ଥର ଭରସା କରିଛି ବିଜେଡି । ତୃପ୍ତି ରଞ୍ଜନ ବେହେରା ବିଜେଡିରୁ ନିରାଶ ହେବା ପରେ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ସିଧା ସଳଖ ଖୋଲା ଖୋଲି ଚ୍ୟାଲେଞ୍ଚ ଦେଇଛନ୍ତି । ଆଉ ଆଜି ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାରରେ କମ୍ପୁଛି ଡାବୁଗାଁ; ଭୋଟ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ କସରତ - Dabugam 

ତୃପ୍ତି ରଞ୍ଜନଙ୍କ ପରିବାର ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତୃପ୍ତିଙ୍କ ବାପା ରମେଶ ଚନ୍ଦ୍ର ବେହେରା ୧୯୯୨ ମସିହାରେ ବଡ ପାଟ ସୁନ୍ଦରପୁର ପଞ୍ଚାୟତରୁ ସରପଞ୍ଚ ଭାବରେ କାର୍ଯ୍ୟ ତୁଲାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ୧୯୯୭ ମସିହାରେ ଆଠ ନମ୍ବର ଜୋନରୁ ଜିଲ୍ଲାପରିଷଦ ଭାବରେ ନିର୍ବାଚନ ହୋଇଥିଲେ । ତୃପ୍ତି କୃଷକ ପରିବାରରୁ ଆସିଥିବାରୁ  ନିଜକୁ ଚଷାପୁଅ ବୋଲି ପରିଚୟ ଦିଅନ୍ତି । 

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.