ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ମାହାଙ୍ଗାର ସ୍ୱାଧୀନ ପ୍ରାର୍ଥୀ ସାରଦା - Nomination By Sarada Pradhan

By ETV Bharat Odisha Team

Published : May 10, 2024, 5:25 PM IST

thumbnail
Nomination By Sarada (ETV Bharat Odisha)

Nomination By Sarada Pradhan: କଟକ: ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ସାରଦା ପ୍ରଧାନ । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସାରଦା । କଟକ ଖାନନଗରରୁ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ସାରଦା । ପାରମ୍ପରିକ ବାଦ୍ୟ, ନୃତ୍ୟରେ କରାଯାଇଥିଲା ଶୋଭଯାତ୍ରା । ବହୁ ସଂଖ୍ୟାରେ ସମର୍ଥକମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସାରଦାଙ୍କୁ ସମର୍ଥନ ଜଣାଇଥିଲେ ।

ଏହା ବି ପଢନ୍ତୁ...ସାଇକେଲ ଚଲାଇ ନାମାଙ୍କନ ଭରିବାକୁ ଗଲେ ସିଦ୍ଧାର୍ଥ ରାଉତରାୟ - Sidharth Routray File Nomination

ପାରମ୍ପରିକ ପୋଷାକ ପରିଧାନ କରି ନାଚଗୀତ କରୁଥିଲେ ସମର୍ଥକ । ସାରଦା ଯଦିଓ ପୂର୍ବ ନିର୍ବାଚନରେ ବିଜେପିରୁ ନିର୍ବାଚନ ଲଢିଥିଲେ ମାତ୍ର ଏଥର ଦଳ ଟିକଟ ଦେଇନାହିଁ । ତେଣୁ ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । 2019 ନିର୍ବାଚନରେ ସାରଦା ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.