ETV Bharat / state

ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ, ଭିଡିଓ କନଫେରେନ୍ସ ଜରିଆରେ ହାଜର ହେଲା ଗୋପାଳ

author img

By ETV Bharat Odisha Team

Published : Oct 5, 2023, 10:53 PM IST

ନବ ଦାସଙ୍କ ହତ୍ୟାକାଣ୍ଡରରେ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ସାକ୍ଷ୍ୟ ଗ୍ରହଣ
ନବ ଦାସଙ୍କ ହତ୍ୟାକାଣ୍ଡରରେ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ସାକ୍ଷ୍ୟ ଗ୍ରହଣ

ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରରେ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ସାକ୍ଷ୍ୟ ଗ୍ରହଣ । ସ୍ବର୍ଗତ ନବ ଦାସଙ୍କ ଭାଇ ରାଜକିଶୋର ଦାସ ଓ ତାଙ୍କ PAର ସାକ୍ଷ୍ୟ ଗ୍ରହଣ । ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲରୁ ଭିଡିଓ କନଫେରେନ୍ସରେ ହାଜର ହୋଇଥିଲା ।

ନବ ଦାସଙ୍କ ହତ୍ୟାକାଣ୍ଡରରେ ଆରମ୍ଭ ହୋଇଛି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା

ଝାରସୁଗୁଡା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାର ଆରମ୍ଭ ହୋଇଛି ଶୁଣାଣି । ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲରୁ ଭିଡିଓ କନଫେରେନ୍ସରେ ହାଜର ହୋଇଥିଲା । ଏହା ନବଦାସ ହତ୍ୟାକାଣ୍ଡ ମାମଲାରେ ଗୋପାଳ ଦାସର ପ୍ରଥମ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଏହି ସାକ୍ଷ୍ୟ ଗ୍ରହଣ କରାଇଛନ୍ତି । ଏହାସହ ସ୍ଵର୍ଗତ ନବ ଦାସଙ୍କ ଭାଇ ରାଜକିଶୋର ଦାସ ଓ ତାଙ୍କ PAର ସାକ୍ଷ୍ୟ ଗ୍ରହଣ କରାଯାଇଛି । ୧୪ ଦିନ ପରେ ପୁଣି ଯେଉଁ ସାକ୍ଷୀଙ୍କ ପାଖକୁ ନୋଟିସ୍‌ ଯିବ ସେମାନେ ଆସି ନିଜ ସାକ୍ଷ୍ୟ ପ୍ରଦାନ କରିବେ ବୋଲି ଡିଫେନ୍ସ କାଉନ୍ସିଲ କହିଛନ୍ତି ।

ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଓକିଲ ମହେଶ ଜେନା ନିଯୁକ୍ତ ହୋଇଥିବାରୁ ତାଙ୍କର ଅନୁପସ୍ଥିତରେ ଝାରସୁଗୁଡାର ଆଇନଜୀବୀ ନରେଶ ନଏକ ଯୁକ୍ତି ଦର୍ଶାଇଥିଲେ । ନବ କିଶୋର ଦାସଙ୍କ ଭାଇ ରାଜକିଶୋର ଦାସ ଓ ସନାତନ ସିହ୍ନା ଝାରସୁଗୁଡା ADJ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ହାଜର ହୋଇଥିଲେ । ଆସନ୍ତା ନଭେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନା ଅନୁଯାୟୀ ଚାର୍ଜ ଫ୍ରେମ୍ ପରେ ଏହା ଗୋପାଳ ଦାସର ପ୍ରଥମ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

ତେବେ ସୂଚନା ଅନୁଯାୟୀ, ଗତ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲା Asi ଗୋପାଳ ଦାସ । ନବଦାସଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଥିଲା । ପୂର୍ବରୁ ଆବେଦନ ହୋଇଥିବା ଗୋପାଳ ଦାସର ଡିସଚାର୍ଜ ପିଟିସନ ମଧ୍ୟ ଖାରଜ ହେବା ପରେ ଚାର୍ଜଫ୍ରେମରେ ଗୋପାଳରେ ଶୁଣାଣି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ..ନବ ଦାସ ହତ୍ୟାକାଣ୍ଡ: ଚାର୍ଜସିଟ୍ ଦାଖଲ ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବିରୋଧୀଙ୍କ ପ୍ରଶ୍ନବାଣ

ସୂଚନା ଅନୁଯାୟୀ ଗୋପାଳ ବାଇପୋଲାର ଡିସଅର୍ଡର ନାମକ ରୋଗରେ ଓ ସିଯୋଫର୍ଣ୍ଣିଆ ନାମକ ରୋଗରେ ପୀଡିତ ଥିବା ଗୋପାଳଙ୍କ ପାରିବାରିକ ଇତିହାସରୁ ଜଣାପଡିଛି ବୋଲି ତାଙ୍କ ଓକିଲ ନରେଶ ନାଏକ ମାଜିଷ୍ଟ୍ରେଟ ଆଗରେ ନିଜ ପକ୍ଷ ରଖିଥିଲେ । ଯେହେତୁ ଗୋପାଳଙ୍କ ଡିସଚାର୍ଜ ପିଟିସନ ଖାରଜ କରାଯାଇଛି ତେଣୁ ଏ କେସ ସହିତ ଜଡିତ ତଥ୍ୟ ଓ ସାକ୍ଷ୍ୟ 5 ଅକ୍ଟୋବରକୁ ଶୁଣାଣି ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା ।


ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.