ETV Bharat / state

ନବ ଦାସ ହତ୍ୟାକାଣ୍ଡ: ଚାର୍ଜସିଟ୍ ଦାଖଲ ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବିରୋଧୀଙ୍କ ପ୍ରଶ୍ନବାଣ

author img

By

Published : Jul 14, 2023, 6:16 PM IST

Updated : Jul 14, 2023, 10:46 PM IST

ନବ ଦାସ ହତ୍ୟାକାଣ୍ଡରେ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା
ନବ ଦାସ ହତ୍ୟାକାଣ୍ଡରେ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା

ନବ ଦାସଙ୍କ ହତ୍ୟା ଘଟଣାରେ ଦାଖଲ ହୋଇଥିବା ଚାର୍ଜସିଟ୍କୁ 'ରଦ୍ଦି କାଗଜ' କହି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବର୍ଷିଛନ୍ତି ସୁରେଶ ପୂଜାରୀ l ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡରେ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା

ସମ୍ବଲପୁର: ଦିବଙ୍ଗତ ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟ୍‌କୁ 'ରଦ୍ଦି କାଗଜ' ବୋଲି କହିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ l ନବଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର ତଳ କୋର୍ଟରେ ହାଜର କରାଯାଇଥିଲା l ଏହି ହତ୍ଯାକାଣ୍ଡ ମାମଲାରେ ସମୟ ଅବଧି ଭିତରେ 500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ l ଏହି ହତ୍ଯାକାଣ୍ଡ ଘଟଣାରେ 100 ଜଣ ସାକ୍ଷୀ ରହିଥିବା ବେଳେ 90ଟି ଡକ୍ୟୁମେଣ୍ଟ ଚାର୍ଜସିଟରେ ଦାଖଲ କରାଯାଇଛି l

ଏହାରି ଭିତରେ ବରିଷ୍ଠ ବିଜେପି ନେତା ତଥା ବରଗଡ ସାଂସଦ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଗୋପାଳ ଦାସଙ୍କୁ ପାଗଳ କରାଇବା ପାଇଁ 120 ଦିନ ସମୟ ନେଇଥିଲା କ୍ରାଇମବ୍ରାଞ୍ଚ l ଏପର୍ଯ୍ଯନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ କଲ୍ ଡିଟେଲ ଯାଞ୍ଚ କରାଯାଇନାହିଁ । ନବଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି l ନବଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ୍‌ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ l ଏହା ଏକ ରଦ୍ଦି କାଗଜ ।"

ସେ ଆହୁରି କହିଛନ୍ତି, "ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯେତେ ଚାର୍ଜସିଟ୍ ଦାଖଲ ହୋଇଛି ତାହାକୁ ଦେଖିଲା ପରେ ଗୋପାଳକୁ ଦୋଷୀ ସାବ୍ୟସ୍ତ କରି ହେବନାହିଁ l ଯଦି ଗୋପାଳକୁ ପାଗଳ କୁହାଯାଇଥିଲା ତାହେଲେ ବନ୍ଧୁକ କାହିଁକି ଇସ୍ୟୁ କରାଗଲା ? 18 ରାଉଣ୍ଡ ଗୁଳି ଆସିଲା କିପରି ? ଯଦି 3 ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା ? ନବଦାସଙ୍କ ରକ୍ତ ଜୁଡୁବୁଡୁ ଶାର୍ଟ ଗଲା କୁଆଡେ ?" ଏଭଳି ତମାମ ପ୍ରଶ୍ନ କରିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ l

ଏହା ମଧ୍ୟ ପଢନ୍ତୁ...ପ୍ରେମ ପାଇଁ ଯାଇଥିଲା ଯୋଗାଣ ସହାୟକଙ୍କ ଜୀବନ, 6 ହତ୍ୟାକାରୀ ଗିରଫ

"ବନ୍ଧୁକରୁ କେତେ ଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜସିଟରେ ନାହିଁ l ଯେଉଁ ଗୁଳି ନବଦାସଙ୍କ ଦେହରେ ବାଜିଥିଲା ତାକୁ ଏପର୍ଯ୍ୟନ୍ତ ଖୋଜି ପାଇନି ପୋଲିସ l ନବ ଦାସଙ୍କ ହତ୍ୟା ପରେ ଯେଉଁମାନେ ଲାଭ ପାଇଥାଆନ୍ତେ ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ l ଏହାସହ ନବଦାସଙ୍କ ସହ ଗୋପାଳର ବ୍ଯକ୍ତିଗତ ଶତୃତା ଥିବା ସେ ତଦନ୍ତ ସମୟରେ କହିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି l ଥରେ ଟ୍ରାଫିକରେ ନବଦାସଙ୍କ ଗାଡ଼ି ଅଟକାଇବା ସହ ପୁତୁରାକୁ ନେଇ ଚାକିରି ପାଇଁ ନବଦାସଙ୍କ ପାଖକୁ ଯିବା ପରେ ନବ ଦାସ କଥା ନଶୁଣିବା ଓ ନବଦାସଙ୍କ ସମର୍ଥକଙ୍କ ସହ ଝଗଡ଼ା ହୋଇଥିଲା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି l ଫଳରେ ଗୋପାଳ ନିଜ ଭାଇ ସହିତ ସମଲେଶ୍ବରୀ ମନ୍ଦିର ଯାଇଥିଲା ଓ ନବ ଦାସଙ୍କୁ ମାରିବା ପାଇଁ ଲଣ୍ଡା ହୋଇ ସଂକଳ୍ପ କରିଥିଲା ।" ଏହା କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।

ତେବେ ପାଇଖାନା ଟାଙ୍କିରୁ ବାହାରିଥିବା ୩୦ ପୃଷ୍ଠାର କାଗଜରେ ଲେଖାଯାଇଥିବା ଅକ୍ଷର ସ୍ପଷ୍ଟ ଦୃଶ୍ଯମାନ ଥିଲା ନାଁ ନାହିଁ ସେ ବିଷୟରେ ଚାର୍ଜସିଟରେ କାହିଁକି ଉଲ୍ଲେଖ ନାହିଁ ? ଏହି କେସର ସମସ୍ତ ଦିଗକୁ ଦେଖିଲା ପରେ ଯାହା ଜଣାପଡୁଛି ଯେ, ଏହି ଘଟଣାଟି ଗୋପାଳରୁ ଆରମ୍ଭ ହୋଇ ଗୋପାଳରେ ଶେଷ ହୋଇଯାଇଛି ବୋଲି ସୁରେଶ କହିଛନ୍ତି । ସେପଟେ ଚାର୍ଜସିଟରେ ମୋଟିଭ ଅଫ୍ କ୍ରାଇମର କୌଣସି ଦିଗ ନଥିବା ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ପରେ ପୁଣି କଂଗ୍ରେସ ମଧ୍ୟ ଆଣିଛି ସମାନ ଅଭିଯୋଗ। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। "ତଦନ୍ତ ଅଧପନ୍ତରିଆ ହୋଇ ରହିଛି। ଏଏସଆଇ ମାରିବା ପଛରେ ଗଭୀର ଷଡଯନ୍ତ୍ର ରହିବା କଥା ସନ୍ଦେହ କରାଯାଉଛି। ହେଲେ ଏହାକୁ ଉନ୍ମୋଚନ କରିବା ପାଇଁ ପୋଲିସ ଅତ୍ମୀୟତା ନାହିଁ।" ବୋଲି କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।

ଇଟିଭି ଭାରତ, ସମ୍ବଲପୁର

Last Updated :Jul 14, 2023, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.