ETV Bharat / state

ସରକାରୀ ଜମିକୁ ଲିଜରେ ଦେଇ ଅଡୁଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ

author img

By

Published : Oct 23, 2020, 10:38 PM IST

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ ବୋଲି ଲିଜରେ ମିଳିଲା ଜମି
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ ବୋଲି ଲିଜରେ ମିଳିଲା ଜମି

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ଇଡ଼କୋ ଜରିଆରେ ଝାରସୁଗୁଡା ଜିଲ୍ଲା କୋଲାବିରା ତହସିଲ ଅନ୍ତର୍ଗତ ସୋଡ଼ାମାଲ ଗାଁ ର ୮ ଏକର ପତିତ କିସମର ମୂଲ୍ୟବାନ ସରକାରୀ ଜମିକୁ ଲିଜରେ ଦେବା ଘଟଣା ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଝାରସୁଗୁଡା: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସଙ୍କ ନାମରେ ଥିବା ମେମର୍ସ ମହାନଦୀ ୱେଷ୍ଟ ମେନେଜମେଣ୍ଟ ସାର୍ଭିସକୁ ଇଡ଼କୋ ଜରିଆରେ ଝାରସୁଗୁଡା ଜିଲ୍ଲା କୋଲାବିରା ତହସିଲ ଅନ୍ତର୍ଗତ ସୋଡ଼ାମାଲ ଗାଁ ର ୮ ଏକର ପତିତ କିସମର ମୂଲ୍ୟବାନ ସରକାରୀ ଜମିକୁ ଲିଜରେ ଦେବା ଘଟଣାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ବିଶାଳ ଦାସଙ୍କ ବାପା ନବ ଦାସ ଜଣେ ଟାଣୁଆ ମନ୍ତ୍ରୀ ହୋଇଥିବାରୁ ସରକାରୀ ଅଧିକାରୀଙ୍କୁ ପ୍ରଭାବିତ କରି ଜମି ଲିଜରେ ନେଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ବିଶାଳ ଦାସ କୋଲାବିରା ତହସିଲରେ ଜମି ଲିଜ ପାଇଁ ଆବେଦନ କରିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ ଲିଜ ପିଟିସନକୁ ବାତିଲ ପାଇଁ ଆବେଦନ କରିଥିଲେ । କିନ୍ତୁ ସେହି ସରକାରୀ ଜମିକୁ ହାତେଇବା ପାଇଁ ଇଡ୍‌କୋ ଜରିଆରେ ଆବେଦନ କରିଥିଲେ । ଯେଉଁ ସରକାରୀ ଜମି ଲିଜ ପାଇଁ ପୂର୍ବରୁ ବିଶାଳ ଦାସ ଆବେଦନ କରିଥିଲେ ସେହି ଜମିକୁ ଇଡକୋ ଜରିଆରେ ଜମି ଅଧିଗ୍ରହଣ ପାଇଁ ବାଟ ଫିଟାଇଛି ପ୍ରଶାସନ ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ ବୋଲି ଲିଜରେ ମିଳିଲା ଜମି

ଗତ ୧୯ ଅକ୍ଟୋବରର ଚିଠିରେ ମେମର୍ସ ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ସାର୍ଭିସକୁ କୋଲାବିରା ତହସିଲ ଅନ୍ତର୍ଗତ ସୋଡ଼ାମାଲ ଗାଁ ର ଖାତା ନମ୍ବର ୪୯୦ ପ୍ଲଟ ୧୩୫୩ ରେ ଥିବା ୮ଏକର ପତିତ କିସମର ମୂଲ୍ୟବାନ ସରକାରୀ ଜମିକୁ ଏକ କୋଟି ୨୦ ଲକ୍ଷ ଟଙ୍କା ଏକ ମାସ ମଧ୍ୟରେ ଜମା କରିବା ପାଇଁ ଚିଠିରେ ଉଲ୍ଲେଖ ଅଛି । କୋଲାବିରା ତହସିଲ ଅନ୍ତର୍ଗତ ସୋଡ଼ାମାଲ ଗ୍ରାମରେ ଗ୍ରାମ ପଞ୍ଚାୟତ ଦ୍ଵାରା ତା୧/୧୨/୨୦୧୧ରେ ଅନୁଷ୍ଠିତ ଜରୁରୀ ବୈଠକ ଅନୁସାରେ ଏହି ପଞ୍ଚାୟତ ରେ ପରିବେଶ ଓ ପ୍ରଦୂଷଣର ତାଣ୍ଡବ ସହ ଜଳ ସଙ୍କଟ ଯୋଗୁଁ ସୋଢାମାଲ ମୈ।ଜା ଖାତା ନଂ ୪୯୦ଓ ୪୮୮ ରୁ କୈାଣସି ପ୍ରକାର କଳକାରଖାନା ବସାଇବା ଉଦ୍ଦେଶ୍ୟରେ ଜମି ଇଡକୋ ଜରିଆରେ ନ ଦେବାକୁ ତହସିଲଦାର କୁଲାବିରା ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗକୁ ଚିଠି ଆକାରରେ ଜଣାଇ ଦିଆଯାଇଥିଲା । ଏହା ସତ୍ବେ ପୁଣି ଷଡ଼ଯନ୍ତ୍ର କରି ତା.୨/୮/୨୦୧୯ରେ କାରଖାନା ପ୍ରତିଷ୍ଠା ଉଦ୍ଦେଶ୍ୟରେ ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ନାଁ ରେ ଆଉ ଏକ ଦରଖାସ୍ତ ବିଶାଲ କୁମାର ଦାସ ପିତା ନବ କିଶୋର ଦାସ ( ସ୍ବାସ୍ଥ୍ୟ ମନ୍ତ୍ରୀ ଓଡ଼ିଶା ସରକାର) ନାମରେ ଦାଖଲ କରି ରାଜନୈତିକ ଚାପରେ ସମସ୍ତ ପ୍ରଶାସନିକ କାମ ଶେଷ କଲାବେଳକୁ ଷଡ଼ଯନ୍ତ୍ର ପ୍ରକଟ ହୋଇ ଜନ ଆନ୍ଦୋଳନର ରୂପ ଧାରଣ କରିଛି । ଯାହାପରେ ବାଧ୍ୟହୋଇ ତରବରିଆ ଭାବେ ତା.୨୩/୧୦/୨୦୧୯ରେ ନିଜ ଦ୍ଵାରା ଦାଖଲ ହୋଇଥିବା ଲିଜ ଦରଖାସ୍ତକୁ ନିଜେ ହିଁ ଖାରଜ କରିବା ପାଇଁ ନିବେଦନ କରି ସମସ୍ତ ଘଟଣାକ୍ରମରେ ପୂର୍ଣ୍ଣ ଛେଦ ଟାଣିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ଲିଜ ଦରଖାସ୍ତ ରଦ୍ଦ ହୋଇଥିବା ଜମିରେ ଗୋପାଳନ ଓ କୁକୁଡ଼ା ଚାଷ ଉଦ୍ଦେଶ୍ୟରେ ଦିଲିପ କୁମାର ସିଂଦେଓ, ପୁରୁଣା ବସ୍ତି, ଝାରସୁଗୁଡା ନିବାସୀ ତା ୧/୧୧/୨୦୧୯ ଦିନ ସମସ୍ତ ସରକାରୀ ବିଧିବ୍ୟବସ୍ଥା ସହ ଲିଜ ଦରଖାସ୍ତ ତହସିଲଦାର କୋଲାବିରାଙ୍କ ଠାରେ ଆବେଦନ କରିବା ସତ୍ବେ କୈାଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନ ନେଇ ପୁଣି ରାଜନୈତିକ ଷଡ଼ଯନ୍ତ୍ର ଚାପରେ ପୂର୍ବରୁ ଲିଜ ଦରଖାସ୍ତ ଖାରଜ ହୋଇଥିବା ଆବେଦନକାରୀଙ୍କ ଇଡକୋ, ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଝାରସୁଗୁଡା ଜିଲ୍ଲାରେ ୮ଏକର ଜମିକୁ ୧ କୋଟି ୨୦ଲକ୍ଷ ଟଙ୍କାରେ ଟେକି ଦିଆଯାଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.