ETV Bharat / state

ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ତୁଟିବ ପୌରପରିଷଦ ସମସ୍ୟା

author img

By

Published : May 1, 2022, 6:57 AM IST

ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ତୁଟିବ ପୌରପରିଷଦ ସମସ୍ୟା
ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ତୁଟିବ ପୌରପରିଷଦ ସମସ୍ୟା

ଝାରସୁଗୁଡ଼ା ପୌରପରିଷଦ ଠାରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ହୋଇଛି ସମୀକ୍ଷା ବୈଠକ । ଏଣିକି ସରିବ ପୌର ପରିଷଦର ସମସ୍ୟା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଶନିବାର ଝାରସୁଗୁଡା ପୌର ପରିଷଦ ଠାରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷାରେ ଝାରସୁଗୁଡା ପୌର ପରିଷଦରେ ଯେଉଁ ସବୁ ସମସ୍ୟା ରହିଛି ତାହାକୁ ନେଇ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଚଳିତ ବର୍ଷ ବର୍ଷା ମାସ ପୂର୍ବରୁ ଝାରସୁଗୁଡା ପୌର ପରିଷଦରେ ଥିବା ସମସ୍ତ ନାଳ ସଫା ହେବା ସହିତ ଡ୍ରେନେଜ ସମସ୍ୟାକୁ ଦୂର କରିବା ପାଇଁ କାର୍ଯ୍ୟ କରାଯିବ ।

ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ତୁଟିବ ପୌରପରିଷଦ ସମସ୍ୟା

ଏହାସହ ପୌରଞ୍ଚଳର ସାନିଟେସନ ଉପରେ କାର୍ଯ୍ୟ କରାଯିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ପୌରାଧ୍ୟକ୍ଷା ରାଣୀ ହାତୀ, ଉପାଧ୍ୟକ୍ଷ ରାଜୁ ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.