ETV Bharat / state

ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Nov 19, 2021, 12:29 PM IST

ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଜିଲ୍ଲା ପୌରାଞ୍ଚଳରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ପୌରାଞ୍ଚଳ ସରବାହାଲ ଠାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ପୌରାଞ୍ଚଳର କେହି ଜଣେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚିତ ରହିବେ ନାହିଁ ଏବଂ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

କିଡନୀ, ହାର୍ଟ ଭଳି ବଡ଼ ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥାଏ । କିନ୍ତୁ ଏହି ଯୋଜନାରେ ସାମିଲ ହେବା ପରେ ରୋଗୀକୁ ଏହା ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ । ଏ ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ଯୋଗ ଦେଇଥିଲେ । ଏହି ଯୋଜନାରେ ଝାରସୁଗୁଡ଼ା ପୌରାଞ୍ଚଳର ପ୍ରାୟ ୧୩ ହଜାର ୧୪୯ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.