ETV Bharat / state

ନବ ଦାସ ହତ୍ୟାକାଣ୍ଡ ମାମଲା: ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ, ୮ରେ ପରବର୍ତ୍ତୀ ଶୁଣାଣି

author img

By ETV Bharat Odisha Team

Published : Dec 14, 2023, 5:40 PM IST

naba das murder case update
ଗୋପାଳ ଦାସ ବିରୁଦ୍ଧରେ ସାକ୍ଷ୍ୟ ଗ୍ରହଣ

Naba Das Murder Case: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ ହୋଇଛି । ଆସନ୍ତା ୮ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

ଗୋପାଳ ଦାସ ବିରୁଦ୍ଧରେ ସାକ୍ଷ୍ୟ ଗ୍ରହଣ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତ ଗୋପାଳ ଦାସ ବିରୁଦ୍ଧରେ ସାକ୍ଷ୍ୟ ଗ୍ରହଣ ହୋଇଛି । କେମିତି ଗୋପାଳ ଦାସ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା । ସେନେଇ ଆଜି କୋର୍ଟରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ହୋଇଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ତା'ର ଚାର୍ଜସିଟ୍ ଏବଂ ସମସ୍ତ ରିପୋର୍ଟ ଦାଖଲ କରିଥିଲା । ଗୋପାଳକୁ ରିମାଣ୍ଡରେ ନେଇଥିବା ସମସ୍ତ ଅଧିକାରୀମାନଙ୍କ ଷ୍ଟେଟମେଣ୍ଟ ଅଦାଲତରେ ହସ୍ତାନ୍ତର କରାଯାଇଥିଲା । ଗୋପାଳ ଦାସ ପୀଡିତ ଥିବା ବାଇପୋଲାର ଡିଜିଜ୍ ରିପୋର୍ଟ ମଧ୍ୟ ଡିଫେନ୍ସ କାଉନସିଲ ଦାଖଲ କରିଥିଲେ । ଏହା ସହିତ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଶତାଧିକ ସାକ୍ଷୀ ରହିଥିବା ଜଣାପଡିଛି ।

ଝାରସୁଗୁଡା ଜିଲା କୋର୍ଟରେ ନବ ଦାସ ହତ୍ୟା ମାମଲାର ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସୂଚନାନୁସାରେ ଆଜି ବ୍ରଜରାଜନଗରର ଚନ୍ଦନ ସିଂଙ୍କୁ ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟକୁ ଡ଼କାଯାଇଥିଲା । ଅଦାଲତ ସମ୍ମୁଖରେ ଚନ୍ଦନ ସିଂ ନିଜ ବୟାନ ଦେଇଥିଲେ । ଗତ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ ASI ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ। ଏନେଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ASI ଗୋପାଳ ଦାସଙ୍କ ବିରୁଦ୍ଧରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ଏନେଇ ଡିଫେନ୍ସ କାଉନ୍ସିଲ ନରେଶ ନାଏକ କହିଛନ୍ତି, "ପୂର୍ବରୁ ମଧ୍ୟ ସ୍ଵର୍ଗତ ନବ ଦାସଙ୍କ PA ଓ ତାଙ୍କ ବଡ଼ଭାଇଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏହି ଘଟଣାରେ ଅନ୍ୟ ପ୍ରତ୍ୟକ୍ଷଦର୍ଶୀ ଓ ଘଟଣାସ୍ଥଳରେ ଥିବା ବ୍ୟକ୍ତଙ୍କ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯିବ । ଏହି ହତ୍ୟାକାଣ୍ଡର ପରବର୍ତ୍ତୀ ଶୁଣାଣି ୨୦୨୪ ଜାନୁୟାରୀ ୮ ତାରିଖରେ କରାଯିବା ନେଇ ଧାର୍ଯ୍ୟ କରିଛନ୍ତି ଅଦାଲତ । ଏହି ଦିନ ପୁନର୍ବାର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ରହିଛି ।"

ଏହା ବି ପଢନ୍ତୁ...ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ, ଭିଡିଓ କନଫେରେନ୍ସ ଜରିଆରେ ହାଜର ହେଲା ଗୋପାଳ

ନଭେମ୍ବର ୧୬ ତାରିଖରେ ନବ ଦାସଙ୍କ ପୋଷ୍ଟମୋର୍ଟମ କରିଥିବା କ୍ୟାପିଟାଲ ହସ୍ପିଟାଲର 2 ଜଣ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଆଡିସନାଲ ସେସନ ଜଜ୍ ସୁବାଷ ଧଳଙ୍କ ଦ୍ବାରା ଦୁଇ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲା । ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଏବଂ କିଶୋର ପଟେଲ ଉଭୟ ଡାକ୍ତରଙ୍କୁ ଜେରା କରିଥିଲେ ।



ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.