ETV Bharat / state

ପୁଣି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ରାଜ୍ୟ ସଭାପତି

author img

By

Published : Nov 9, 2021, 10:28 PM IST

BJP state president
BJP state president

ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ମଙ୍ଗଳବାର ଝାରସୁଗୁଡାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି। ଅଧିକ ପଢନ୍ତୁ...

ଝାରସୁଗୁଡା: ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ଆଜି(ମଙ୍ଗଳବାର) ଝାରସୁଗୁଡାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି।

ପୁଣି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ରାଜ୍ୟ ସଭାପତି

ସମୀର କହିଛନ୍ତି ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ପୋଲିସ ବାନ୍ଧିବା କଥା ସେହି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପାଖରେ ବସାଉଛନ୍ତି। ଏହିଭଳି କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମୀର?

ଅନ୍ୟପଟେ ଗଣତାନ୍ତ୍ରିକ ପଦ୍ଧତିରେ ଯେଉଁ ଲୋକମାନେ ପ୍ରତିବାଦ କରୁଛନ୍ତି ପୋଲିସ ସେହି ଲୋକମାନଙ୍କୁ ଗିରଫ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। ଆଜି ଝାରସୁଗୁଡାର ଏକ ହୋଟେଲରେ ଆୟୋଜିତ ହୋଇଥିଲା ବିଜେପିର ସାମ୍ବାଦିକ ସମ୍ମିଳନୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.