ETV Bharat / state

ମଜୁରୀ ପଇସାରୁ ରକ୍ତପାତ, ଟାଙ୍କିଆ ଚୋଟରେ ଦୁଇ ଭାଇ ମୃତ

author img

By

Published : Sep 1, 2020, 12:35 PM IST

ଟାଙ୍କିଆ ଚୋଟରେ ଦୁଇ ଭାଇ ମୃତ
ଟାଙ୍କିଆ ଚୋଟରେ ଦୁଇ ଭାଇ ମୃତ

ଯାଜପୁର ସୁକିନ୍ଦା କାଳିଆପାଣିସ୍ଥିତ ମାନକେଡିଆ ହଟିଙ୍ଗରେ ଅଭାବନୀୟ ଘଟଣା । ମଜୁରୀ ପଇସାକୁ ନେଇ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ଝଗଡାରୁ ହତ୍ୟାକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

ଯାଜପୁର: ସାମାନ୍ୟ କଳିରୁ ବଳି ପଡିଲା ରକ୍ତ ସମ୍ପକ୍ତ । ମଜୁରୀ ପଇସାରୁ ରକ୍ତପାତ। ଯାଜପୁର ସୁକିନ୍ଦା କାଳିଆପାଣିସ୍ଥିତ ମାନକେଡିଆ ହଟିଙ୍ଗରେ ଦୁଇ ଭାଇ ପରସ୍ପରକୁ ଆକ୍ରମଣ କରିବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି ।

ଆଜି ସକାଳୁ ଦୁଇ ଭାଇ ନଣ୍ଡା ମାନକେଡ଼ିଆ ଓ ରସି ମାନକେଡ଼ିଆ କାଠ କାଟିବାକୁ ଯାଇଥିଲେ । ମଜୁରୀ ପଇସାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହି ସାମାନ୍ୟ କଳି ପରେ ରକ୍ତପାତର ରୂପ ନେଇଥିଲା । ଉଭୟ ଉଭୟଙ୍କୁ ଟାଙ୍ଗିଆରେ ହାଣି ରକ୍ତାକ୍ତ ହୋଇଥିଲେ ।

ଟାଙ୍କିଆ ଚୋଟରେ ଦୁଇ ଭାଇ ମୃତ

ସେପଟେ ଖବର କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ନିକଟସ୍ଥ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ । ମାତ୍ର ଟାଙ୍ଗିଆ ଚୋଟର କ୍ଷତ ଏତେ ଭୀଷଣ ଥିଲା, ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା । ଏବେ ଦୁଇ ଭାଇଙ୍କ ମୃତ ଦେହ ସୁକିନ୍ଦାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଦାନଗଦି ଗୋଷ୍ଠୀ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.