ETV Bharat / state

ସୂଚନା ଅଧିକାରୀଙ୍କୁ ବୋମାମାଡ ଘଟଣା, ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଟିଆଇ ପରେଡ

author img

By

Published : Jun 7, 2021, 4:46 PM IST

ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ବୋମାମାଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ପାଇଁ ଯାଜପୁର ରୋଡ ସବଜେଲରେ ଟିଆଇ ପରେଡ କରାଯାଇଥିଲା । ଅଧିକ ପଢନ୍ତୁ...

ସୂଚନା ଅଧିକାରୀଙ୍କୁ ବୋମା ମାଡ ଘଟଣା, ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଟିଆଇ ପରେଡ
ସୂଚନା ଅଧିକାରୀଙ୍କୁ ବୋମା ମାଡ ଘଟଣା, ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଟିଆଇ ପରେଡ

ଯାଜପୁର: ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ବୋମାମାଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ପାଇଁ ଯାଜପୁର ରୋଡ ସବଜେଲରେ ଟିଆଇ ପରେଡ କରାଯାଇଛି । ଏଥିରେ ନିଜେ ସର୍ବେଶ୍ୱର ବେହୁରା ବୋମା ଫିଙ୍ଗିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି ।

ସୂଚନା ଅଧିକାରୀଙ୍କୁ ବୋମା ମାଡ ଘଟଣା, ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଟିଆଇ ପରେଡ

ଆଜି(ସୋମବାର) ଟିଆଇ ପରେଡ ସମୟରେ ଗଂଦିଆ ଅଞ୍ଚଳର ଅଭିଯୁକ୍ତ ଦେବେନ୍ଦ୍ର ରାଉତ ଓରଫ ରିଂଟୁକୁ ସର୍ବେଶ୍ୱର ଚିହ୍ନଟ କରିଥିଲେ । ଏହି ଘଟଣାରେ ପୋଲିସ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ମାର୍ଚ୍ଚ ୨୭ ତାରିଖ ଦିନ ସର୍ବେଶ୍ୱର ନିଜ ସହଯୋଗୀ ମାନଙ୍କ ସହିତ ଧର୍ମଶାଳାର ଇମାମ ନଗରରୁ ଫେରୁଥିବା ବେଳେ ତାଙ୍କ ଉପରେ ଏହି ବୋମାମାଡ ହୋଇଥିଲା । ଧର୍ମଶାଳା ଅଞ୍ଚଳରେ ହେଉଥିବା ନାନା ଦୁର୍ନୀତି ସଂପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ଆଣି ପର୍ଦ୍ଦାଫାଶ କରୁଥିବାରୁ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ପୋଲିସ ଅନୁସନ୍ଧାନରେ ଜଣାପଡିଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.