ETV Bharat / state

ଜେଲରେ ସୂଚନାଧିକାର କର୍ମୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି

author img

By

Published : Jun 18, 2023, 8:04 AM IST

ସରକାରଙ୍କ ଅନ୍ୟୟ ସହ୍ୟ କରାଯିବ ନାହିଁ
ସରକାରଙ୍କ ଅନ୍ୟୟ ସହ୍ୟ କରାଯିବ ନାହିଁ

ଗିରଫ ସୂଚନାଧିକାର କର୍ମୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି । ସରକାରଙ୍କ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନକୁ ନେଇ ଦେଲେ ଚେତାବନୀ । ଅଧିକ ପଢନ୍ତୁ

ସରକାରଙ୍କ ଅନ୍ୟୟ ସହ୍ୟ କରାଯିବ ନାହିଁ

ଯାଜପୁର: ରଗଡି ଜେଲରେ ଥିବା ଗିରଫ ଧର୍ମଶାଳା ଅଞ୍ଚଳର ସୂଚନାଧିକାର କର୍ମୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି l ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗତକାଲି(ଶନିବାର) ଯାଜପୁର ରୋଡ ସବଜେଲ ଗସ୍ତକରି ବିଚାର ବିଭାଗୀୟ ସେଲରେ ଥିବା ସୂଚନା ଅଧିକାର କର୍ମୀଙ୍କୁ ସାକ୍ଷାତ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରୁ ବେଆଇନ ଭାବେ ମାଟି ମୋରମ୍ ଚୋରାଚାଲାଣ କରୁଥିବା ଅଭିଯୋଗରେ ଜଣେ ସୂଚନା ଅଧିକାରୀ କର୍ମୀକୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ କୋର୍ଟ ଚାଲଣ କରାଯାଇଥିଲେ । ସମ୍ପୃକ୍ତ ଜେଲରେ ଥିବା ବ୍ୟକ୍ତି ହେଲେ ସର୍ବେଶ୍ବର ବେହୁରା ଓ ତାଙ୍କର ଆଉ କିଛି ସହକର୍ମୀ ।

ତେବେ ସର୍ବେଶ୍ବର ଜଣେ ସୂଚନା ଅଧିକାରୀ କର୍ମୀ ଭାବେ ସାରା ଜିଲ୍ଲାରେ ବେଶ୍ ପରିଚିତ । ସେ ମଧ୍ୟ ବିଜେପିର ଜଣେ ଆଗଧାଡିର କର୍ମୀ ଭାବେ ଜଣାଶୁଣା ଅଟନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସର୍ବେଶ୍ବରଙ୍କୁ ଜେଲରେ ସାକ୍ଷାତ୍ କରିବା ସହିତ ଜାଣିଶୁଣି ତାଙ୍କୁ ଫସା ଯାଇଥିବା କହିଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘‘ ସରକାର ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସାହାରା ଦେଉଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଠିକ୍ ଥିଲେ ରାଜ୍ୟର ଉନ୍ନତି ହୋଇଥାନ୍ତା । ନିରୀହ ଲୋକଙ୍କୁ ଫସେଇ ସରକାର ନିଜ କୁତ୍ସିତ ପଣିଆର ପରିଚୟ ଦେଇଛି । ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ ବେଆଇନ କାର୍ଯ୍ୟ ଓ ଦୁର୍ନୀତି ବିରୋଧରେ ଲଢୁଥିବା ସର୍ବେଶ୍ବରଙ୍କୁ ଗିରଫ୍ କରାଯାଇ ଜେଲ ହାଜତକୁ ପଠାଯାଇଛି । କେବଳ ଧର୍ମଶାଳା ନୁହେଁ ସାରା ରାଜ୍ୟରେ ବିଜେଡି ସରକାର ଏହିଭଳି କୁତ୍ସିତ ଏବଂ ନିନ୍ଦନୀୟ କାର୍ଯ୍ୟ କରୁଥିବା ଲୋକଙ୍କ ନଜରକୁ ଆସିସାରିଛି ।’’ ଆଗାମୀ ଦିନରେ ଏହା ବିରୋଧରେ ବିଜେପି ସ୍ବର ଉତ୍ତୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ରାଜ୍ୟ ସଭାପତିଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଭାରୀ ସାରଦା ଶତପଥି, ଜିଲ୍ଲା ସଭାପତି ଗୌତମ ରାୟ, ମହିଳା ସଭାନେତ୍ରୀ ବବିତା ମଲ୍ଲିକ, ବିଜେପିର ସୁକିନ୍ଦା ନେତା ପ୍ରଦୀପ ବଳ ସାମନ୍ତ, ବରୀ ବିଜେପି ନେତା ଉମେଶ ଜେନା ଏବଂ କୋରାଇ ବିଜେପି ନେତା ବିଶ୍ୱଜିତ ନାୟକଙ୍କ ସମେତ ନିର୍ବାଚନ ମଣ୍ଡଳୀର କିଛି ଦଳୀୟ କାର୍ଯ୍ୟକର୍ତ୍ତା ଓ ପୂର୍ବତନ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ସେହି ପରି ଆଜି ସକାଳୁ ରାଜ୍ୟ ସୂଚନାଧିକାର ପ୍ରଭାରୀ ପ୍ରଦୀପ ପ୍ରଦାନ ମଧ୍ୟ ଜେଲରେ ଥିବା ବେହୁରାଙ୍କୁ ଭେଟିଥିଲେ l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.