ETV Bharat / state

ଆଶ୍ବିନର ଆଗମନ: ମା' ବିରଜାଙ୍କ ପୀଠରେ ଷୋଡଶ ପୂଜା ଆରମ୍ଭ

author img

By

Published : Sep 12, 2020, 2:01 PM IST

Sodasa puja ritual started, sodasa puja in Jajpur Biraja Temple,  dussehera,  ମା ବିରଜାଙ୍କ ପୀଠରେ ଶୋଡଷ ପୂଜା ଆରମ୍ଭ, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା, ଷୋଡଶ ଉପଚାର ପୂଜା, ଯାଜପୁର ଖବର,  46 ଦିନ ଧରି ଚାଲିବ ପୂଜା
ଆଶ୍ବିନର ଆଗମନ, ମା ବିରଜାଙ୍କ ପୀଠରେ ଶୋଡଷ ପୂଜା ଆରମ୍ଭ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଚଳିତ ବର୍ଷ ମଳ ମାସ ଯୋଗୁଁ 46 ଦିନ ଧରି ପୂଜା ଚାଲିବା ନେଇ ମନ୍ଦିର ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ...

ଯାଜପୁର: କିଛି ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ରାଜ୍ୟର ସମସ୍ତ ଶକ୍ତିପୀଠ ହେଲାଣି ଚଳଚଞ୍ଚଳ । କୋରୋନା ମହାମାରୀ ସତ୍ତ୍ବେ ମା’ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ।

ଆଶ୍ବିନର ଆଗମନ, ମା ବିରଜାଙ୍କ ପୀଠରେ ଶୋଡଷ ପୂଜା ଆରମ୍ଭ

ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଏହି ପୂଜା ଆଗାମୀ 46 ଦିନ ଧରି ଲାଗି ରହିବ । ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମା’ଙ୍କ ପୂଜା ଏଥର 46 ଦିନ ଧରି ଚାଲିବ । ପ୍ରତିବର୍ଷ ଆଶ୍ବିନ ମାସ କୃଷ୍ଣାଷ୍ଟମୀ ଦୁତିବାହନ ଓଷାଠାରୁ ମାଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା । ଏହାପରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟରୁ ଜଳ ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା ।

ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମାଙ୍କ ରଥ କାମ ଆଗେଇ ଚାଲିଛି । ମା’ଙ୍କ ପୀଠରେ ଶାରଦୀୟ ଦୁର୍ଗା ପୂଜାରେ ହେଉଥିବା ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.