ETV Bharat / state

ମା' ବିରଜାଙ୍କ ରଥଯାତ୍ରା ପୂର୍ବରୁ କୋଭିଡ ପରୀକ୍ଷା କଲେ ସେବାୟତ

author img

By

Published : Oct 16, 2020, 7:46 PM IST

ମା' ବିରଜାଙ୍କ ରଥଯାତ୍ରା ପୂର୍ବରୁ କୋଭିଡ ପରୀକ୍ଷା କଲେ ସେବାୟତ
ମା' ବିରଜାଙ୍କ ରଥଯାତ୍ରା ପୂର୍ବରୁ କୋଭିଡ ପରୀକ୍ଷା କଲେ ସେବାୟତ

ଶନିବାର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଅନୁଷ୍ଠିତ ହେବ ରଥଯାତ୍ରା । ଏହା ପୂର୍ବରୁ ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆଜି କୋଭିଡ ପରୀକ୍ଷା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ..

ଯାଜପୁର: ଶନିବାର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଅନୁଷ୍ଠିତ ହେବ ରଥଯାତ୍ରା । ଏହା ପୂର୍ବରୁ ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆଜି କୋଭିଡ ପରୀକ୍ଷା ଆରମ୍ଭ ହୋଇଛି । କେବଳ ସେବାୟତ ଓ ପୋଲିସଙ୍କ ଦ୍ଵାରା ରଥଯାତ୍ରା ହେବାକୁ ନିଷ୍ପତ୍ତି ହୋଇଛି । ସେଥିପାଇଁ 250ରୁ ଅଧିକ ଆଣ୍ଟିଜେନ କିଟ ମାଧ୍ୟମରେ ପରୀକ୍ଷା କରାଯିବ ।

ମା' ବିରଜାଙ୍କ ରଥଯାତ୍ରା ପୂର୍ବରୁ କୋଭିଡ ପରୀକ୍ଷା କଲେ ସେବାୟତ

ଆଜି ବିଭିନ୍ନ ସେବାୟତଙ୍କ କୋଭିଡ଼ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ରଥଯାତ୍ରାର ସମସ୍ତ ନୀତିକାନ୍ତିରୁ ବାଦ ଦିଆଯିବ । ରଥଯାତ୍ରା ସମ୍ପନ୍ନ କରିବାକୁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରଥଯାତ୍ରା ପୂର୍ବରୁ ୩ଟି ପର୍ଯ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.