ETV Bharat / state

ଆଜିଠୁ ଆରମ୍ଭ ମା' ବିରଜାଙ୍କ ରଥଯାତ୍ରା, ବ୍ୟାପକ ପୋଲିସ ମୁତୟନ

author img

By

Published : Oct 17, 2020, 2:37 PM IST

ଆଜିଠୁ ଆରମ୍ଭ ମା' ବିରଜାଙ୍କ ରଥଯାତ୍ରା, ବ୍ୟାପକ ପୋଲିସ ମୁତୟନ
ଆଜିଠୁ ଆରମ୍ଭ ମା' ବିରଜାଙ୍କ ରଥଯାତ୍ରା, ବ୍ୟାପକ ପୋଲିସ ମୁତୟନ

ଆଜି ଠାରୁ ଆରମ୍ଭ ହେବ ମା' ବିରଜାଙ୍କ ରଥଯାତ୍ରା। ଏଥିପାଇଁ ଆଜି ବଡି ଭୋରୁ ପୂଣ୍ୟତୋୟା ବୈତରଣୀ ନଦୀରୁ ଜଳ ଆସି ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ..

ଯାଜପୁର: ଆଜି ଠାରୁ ଆରମ୍ଭ ହେବ ମା' ବିରଜାଙ୍କ ରଥଯାତ୍ରା। ଏଥିପାଇଁ ଆଜି ବଡି ଭୋରରୁ ପୂଣ୍ୟତୋୟା ବୈତରଣୀ ନଦୀରୁ ଜଳ ଆସି ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସନ୍ଧ୍ୟାରେ ମା' ଙ୍କ ରଥ ପ୍ରତିଷ୍ଠା ହେବ। ଆଜି କେବଳ ମା' ଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ ରଥଯାତ୍ରା ଆରମ୍ଭ ହେବ ।

ଆଜିଠୁ ଆରମ୍ଭ ମା' ବିରଜାଙ୍କ ରଥଯାତ୍ରା, ବ୍ୟାପକ ପୋଲିସ ମୁତୟନ

ରବିବାର ଠାରୁ ମା' ରଥରେ ନିଜ ବେଢା ଚତୁରପାର୍ଶ୍ବ ପରିକ୍ରମା କରିବେ। ଆଜି ଅପରାହ୍ନରୁ ମନ୍ଦିର ଚତୁଃପାର୍ଶ୍ବରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯିବ। କେବଳ ସେବାୟତଙ୍କ ଦ୍ବାରା ରଥଯାତ୍ରା କରାଯିବ। ଆଜି ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ସେପଟେ ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି ହେବା ସହିତ ବିଭିନ୍ନ ରାସ୍ତାରେ ଗାଡ଼ି ଯାତାୟତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.