ETV Bharat / state

ହସୁଛି ସୁନେଲି କ୍ଷେତ, ସହାୟତା ମାଗୁଛି ସୋରିଷ ଚାଷୀ

author img

By

Published : Dec 28, 2021, 2:22 PM IST

ସହାୟତା ମାଗୁଛି ସୋରିଷ ଚାଷୀ
ସହାୟତା ମାଗୁଛି ସୋରିଷ ଚାଷୀ

ସୋରିଷ ଫୁଲରେ ପୁରି ଉଠିଛି ସୁନାର କ୍ଷେତ । ହଳଦୀ ଛାଉଣିରେ ବିଞ୍ଚି ହେଲା ଭଳି ପରିବେଶ ସୃଷ୍ଟି ହୋଇଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ବଡ ତ୍ରିଲୋଚନପୁର ଗାଁ ଚାଷୀଙ୍କ କ୍ଷେତ । ମାତ୍ର ଜଳସେଚନର ସୁବିଧା ନଥିବାରୁ ଚାଷୀଙ୍କ ଉନ୍ନତିରେ ଏହା ବାଧା ସୃଷ୍ଟି କରୁଛି । ଅଧିକ ପଢ଼ନ୍ତୁ

ଯାଜପୁର: ସୋରିଷ ଫୁଲରେ ପୁରି ଉଠିଛି ସୁନାର କ୍ଷେତ । ହଳଦୀ ଛାଉଣିରେ ବିଞ୍ଚି ହେଲା ଭଳି ପରିବେଶ ସୃଷ୍ଟି ହୋଇଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ବଡ ତ୍ରିଲୋଚନପୁର ଗାଁ ଚାଷୀଙ୍କ କ୍ଷେତ । ସୋରିଷ ଏକ ଲାଭଦାୟକ ଫସଲ ହୋଇଥିବାରୁ ନିଜ ଅକ୍ଲାନ୍ତ ପରିଶ୍ରମ ଦେଇ କୃଷି କାର୍ଯ୍ୟରେ ଚାଷୀମାନେ ଲାଗି ପଡିଛନ୍ତି । ସୋରିଷକୁ ସାଧାରଣତଃ ସୋରିଷ ତେଲ ଉତ୍ପାଦନରେ ଉପଯୋଗ କରାଯାଇଥାଏ । ଏହା ବ୍ୟତୀତ ଏହାକୁ ଖାଦ୍ୟ ପ୍ରସ୍ତୁତିର ଏକ ପ୍ରମୁଖ ମସଲା ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ସେପଟେ କମ ପାଣିରେ ସୋରିଷ ଚାଷ ହୋଇପାରୁଥିଲେ ମଧ୍ୟ ସାର ଔଷଧର ପ୍ରୟୋଗ ପାଇଁ ଚାଷୀକୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ସେଥିପାଇଁ ଜଳସେଚନର ସୁବିଧା ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି ଚାଷୀ ।

ସହାୟତା ମାଗୁଛି ସୋରିଷ ଚାଷୀ

ଟାଙ୍ଗରା କ୍ଷେତକୁ ସୁନାରେ ପରିଣତ କରିଛନ୍ତି ତ୍ରିଲୋଚନପୁରର ଚାଷୀ । ପବନର ଲହଡିରେ ସତେ ଯେପରି ନାଚି ଉଠୁଛନ୍ତି ସୋରିଷ ଫୁଲ । ସୁନେଲି ରଙ୍ଗିଆ ଗାଲିଚା ବିଛା ହୋଇଥିବା ଏହି ସୋରିଷ ସହ ଚାଷୀଙ୍କ ହସ ହସ ମୁହଁକୁ ଚାହିଁ ଦେଲେ ପେଟ ପୁରିଯାଉଛି । ଏ ଅଞ୍ଚଳରେ ପ୍ରାୟ 50 ଏକରରୁ ଉର୍ଦ୍ଧ ଜମିରେ ବର୍ଷରେ ପ୍ରାୟ ଦୁଇଥର ସୋରିଷ ଚାଷ କରି ଲାଭବାନ୍ ହୋଇଥାନ୍ତି ଚାଷୀ ।କମ ପାଣିରେ ଏହି ଚାଷ ହୋଇପାରୁଥିବାରୁ ଏହା ଏକ ଲାଭଦାୟକ ଫସଲରେ ପରିଗଣିତ ହୋଇପାରୁଛି । ତେଣୁ ଏ ଅଞ୍ଚଳର ଚାଷୀ ସୋରିଷ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଏଠାରେ ଜଳସେଚନର ସୁବିଧା ନଥିବାରୁ ଚାଷୀଙ୍କ ଉନ୍ନତିରେ ବାଧା ସୃଷ୍ଟି କରୁଛି । ସାର ଔଷଧର ପ୍ରୟୋଗ ପାଇଁ ମଧ୍ୟ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ସେଥିପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଚାଷୀ ମାନେ ଆପତ୍ତି ଜଣାଇଛନ୍ତି ।

ଜଳସେଚନର ସୁବିଧା ନଥିବାରୁ ଏହା ଧାନଚାଷ ପାଇଁ ଉପଯୁକ୍ତ ନୁହେଁ । ତେଣୁ ଚାଷୀ ଧାନ ବଦଳରେ ବିରି ମୁଗ ସହିତ ସୋରିଷ ଚାଷ କରୁଛନ୍ତି । ହେଲେ ପାଣିର ସମସ୍ୟା ପାଇଁ ଚାଷୀଙ୍କୁ ଅନେକ ହଇରାଣ ହେବାକୁ ପଡୁଛି । ସରକାରୀ ପ୍ରୋତ୍ସାହନ ମିଳିଲେ ଚାଷୀ ମାନେ ବିଶେଷ ଭାବେ ଉପକୃତ ହୋଇପାରନ୍ତେ ଏବଂ ଉତ୍ପାଦନ ବୃଦ୍ଧି ପାଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ । ସେପଟେ ସୋରିଷ ଚାଷୀଙ୍କୁ ଚାଷ ପ୍ରତି ଅଧିକ ଉତ୍ସାହିତ କରିବାକୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ କୃଷି ଅଧିକାରୀ ।

ସରକାରଙ୍କ ପକ୍ଷରୁ ସୋରିଷ ଚାଷ ପାଇଁ ଜଳସେଚନର ସୁବନ୍ଦବୋସ୍ତ କରିବା ସହିତ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳ ଚାଷୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.