ETV Bharat / state

ଯାଜପୁରରେ ଲଜ୍ୟା ! ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

author img

By

Published : Jul 29, 2019, 5:24 PM IST

Updated : Jul 29, 2019, 7:38 PM IST

ଯାଜପୁରରେ ଲଜ୍ୟା । ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଗିରଫ। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଘଟଣା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଯାଜପୁରରେ ଲଜ୍ୟା । ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଗିରଫ। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଘଟଣା।

ସୁକିନ୍ଦା ଅଞ୍ଚଳର ମାଧବ ରାଉତଙ୍କ ପୁଅ ଜିତିନ୍ଦ୍ର ରାଉତ ନିଜ ପଡିଶା ଘରର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫଳରେ ଜିତିନ୍ଦ୍ରକୁ ପୋଲିସ ଗିରଫ କରିଛି । ଅଭିଯୋଗ ମୁତାବକ, ଜୁଲାଇ ୧୭ ତାରିଖ ରାତିରେ ଝିଅ ନିଜ ଘରେ ଏକାକି ଶୋଇଥିବା ସମୟରେ ଜିତେନ୍ଦ୍ର ତାଙ୍କ ଘରେ ପଶି ତାଙ୍କ ପାଟିକୁ ଚାପିଧରିବା ସହିତ ତାଙ୍କୁ ଦୁଷ୍କର୍ମ କରିଥିଲେ।

ତେବେ ଏ ବିଷୟରେ କାହାକୁ କିଛି କହିଲେ ପରିସ୍ଥିତି ଖରାପ ହେବ ବୋଲି ଧମକ ଦେଇଥିଲେ । ପରେ ପୀଡିତା ନିଜ କଷ୍ଟ ସହି ନପାରି ପରିବାର ଲୋକଙ୍କୁ ଜଣାଇବା ପରେ ଜୁଲାଇ 28ରେ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro: ଘରେ ପସି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଗିରଫ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହରିପୁର ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ସୁକିନ୍ଦା ଥାନା ହରିପୁର ଗ୍ରାମର ମଧବରାଉତଙ୍କ ପୁଅ ଜିତିନ୍ଦ୍ର ରାଉତ(୨୨) ନିଜର ପୋଡିଶା ଘର କାର୍ତ୍ତିକ ବେହେରାଙ୍କ ଘରେ ପସି ତାଙ୍କ ଜୈନିକ ନାବାଳିକା ଝିଅ(୧୬)ଙ୍କୁ ଦୁଷ୍କର୍ମ କରିଥିବା ସୁକିନ୍ଦା ଥାନରେ ଅବିଯୋଗ କରିଛନ୍ତି ପିଡ଼ିତାଙ୍କ ବାପା। ଅଭିଯୋଗ ମୁତାବକ ଚଳିତ ମାସ ୧୭ ତାରିଖ ରାତ୍ରିରେ ଝିଅ ନିଜର ଘରେ ଏକାକି ଶୌଇଥିବା ସମୟରେ ରାତ୍ରି ୧‍୧ସମୟରେ ଜିତେନ୍ଦ୍ର ତାଙ୍କ ଘରେ ପସି ତାଙ୍କ ପାଟିକୁ ଚାପିଧରିବା ସହିତ ତାଙ୍କୁ ଦୁଷ୍କର୍ମ କରିଥିଲେ। ପିଡିତାଙ୍କ କହିବା ଅନୁଯାୟୀ ଜିତେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିବା ପରେ ଧମକ୍  ଦେଇଥିଲେ କି କାହାକୁ ନକହିବା ପାଇଁ। ପରେ ପିଡ଼ିତା ନିଜର କଷ୍ଟକୁ ସହି ନପାରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ 28ତାରିଖରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତିକରି ସୁକିନ୍ଦାଥାନାର ଭାରପ୍ରାସ୍ତ ଅଧିକାରୀ ବିଚିତ୍ରା ନନ୍ଦ ସେଠୀଙ୍କ ନେତ୍ବରେ ଏ ଏସେ ଆଇ ସୁବାଷ ଚନ୍ଦ୍ର ଦାସ ମୁଖ୍ୟ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ତାଙ୍କ ଗ୍ରାମ ହରିପୁରରୁ ଗିରଫ କରିଛନ୍ତି। ଥାନା କେଶ୍ ନଂ ୧୯୨/୧୯ ରେ ଦଫା ୪୫୭,୩୬୭,୪ ଆଇପିସି ସହ ନାବାଳିକା ପିଡିତା ଜଣଙ୍କ ନାବାଳିକା ହୋଇଥିବାରୁ ପୋସ୍କୋଆଟେ ଲଗାଇ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲଣ କରିଛି ସୁକିନ୍ଦା ପୋଲିସ।Body:NewsConclusion:
Last Updated :Jul 29, 2019, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.