ETV Bharat / state

ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

author img

By

Published : Dec 17, 2020, 6:15 PM IST

ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିବା ନେଇ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ଯାଜପୁର: ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ବିରଜା ମନ୍ଦିର ଖୋଲିବା ନେଇ କୌଣସି ଘୋଷଣା ହୋଇନାହିଁ । ଏହାର ପ୍ରତିବାଦ କରି ମୁକ୍ତି ମଣ୍ଡପ ସେବାୟତଙ୍କ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଗତ 9 ମାସ ଧରି ମନ୍ଦିର ବନ୍ଦ ହେବା ଫଳରେ ସେବାୟତମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଉକ୍ତ ଦାବିପତ୍ରରେ ଉଲ୍ଲେଖ ଅଛି । ସେଥିପାଇଁ ପୂର୍ବରୁ ମନ୍ଦିର ଖୋଲିବା ପାଇଁ ସେବାୟତ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ହେଲେ ଆଜି ଯାଏଁ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । ତେଣୁ ପୁଣି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହିରି ପ୍ରସାଦ ମହାନ୍ତିଙ୍କୁ ପ୍ରଦାନ କରାଯାଇ ମନ୍ଦିର ଖୋଲିବା ପାଇଁ ଅନୁରୋଧ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.